ପ୍ରଶଂସକଙ୍କ ସହ ଏଭଳି ବ୍ୟବହାର କଲେ ସଲମାନ୍‌, କିଛି ସେକେଣ୍ଡରେ ଭାଇରାଲ ହେଲା ଭିଡିଓ

ବମ୍ବେ: ବଲିଉଡ ଅଭିନେତା ସଲମାନ ଖାନ୍‌ ଏବେ ନିଜର ଫିଲ୍ମ ‘ଟାଇଗର ୩’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ଦେଶବିଦେଶରେ ଏହାକୁ ନେଇ ଭିନ୍ନ କ୍ରେଜ ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ସଲମାନଙ୍କ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଅନେକେ ଚକିତ ହୋଇଛନ୍ତି।
ମଙ୍ଗଳବାର ଗୋଆରେ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲର ଆୟୋଜନ କରାଯାଇଥିଲା। ଏଥିରେ ବଲିଉଡର ଅନେକ କଳାକାର ପହଞ୍ଚିଥିଲେ। ସଲମାନ ଏଥିରେ ଏଣ୍ଟ୍ରି ନେଉଥିବା ବେଳେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ପ୍ରଶଂସକଙ୍କୁ ଦେଖି ସେ କୁଣ୍ଡାଇ ପକାଇବା ସହ ମୁଣ୍ଡକୁ ଚୁମିଥିଲେ। ଏଥିରେ ପ୍ରଶଂସକଜଣଙ୍କ ଖୁସି ହୋଇଯାଇଥିଲେ। ସଲମାନ ପରେ ତାଙ୍କୁ ଦେଖି ବହୁତ ଖୁସି ହୋଇଯାଇଥିଲେ। ଏହି ଭିଡିଓ ବେଶ ଭାଇରାଲ ହେଉଛି।
ଭିଡିଓ ଦେଖି ସଲମାନଙ୍କ ଏହି ବ୍ୟବହାରକୁ ଅନେକେ ପ୍ରଶଂସା କରୁଛନ୍ତି। ସେହିଭଳି କିଛି ଏଭଳି ବ୍ୟବହାରକୁ ନାପସନ୍ଦ କରିଛନ୍ତି।
ଦେଖନ୍ତୁ ଭିଡିଓ:
Share