ସଲମାନଙ୍କୁ ଡେଙ୍ଗୁ

ମୁମ୍ବାଇ,୨୨।୧୦: ଅସୁସ୍ଥ ଅଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ୍‌। ସେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସେ ବିଶ୍ରାମ ନେବେ। ଏଥିପାଇଁ କିଛି ଦିନ ବିଗ୍‌ବସ୍‌-୧୬ରେ ହୋଷ୍ଟ କରିପାରିବେ ନାହିଁ। ତେବେ ସେ ସୁସ୍ଥ ହେବା ପର୍ଯ୍ୟନ୍ତ କରଣ ଜୋହର ବିଗ୍‌ବସ୍‌ରେ ହୋଷ୍ଟ କରିବେ ବୋଲି ଜଣାପଡିଛି।
ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ର ଶୁଟିଂ କରୁଥିଲେ। ଅସୁସ୍ଥତା କାରଣରୁ ଶୁଟିଂରୁ ବାଦ୍‌ ପଡିଛନ୍ତି। ସୁସ୍ଥ ହେବା ପରେ ସେ ଶୁଟିଂରେ ଯୋଗଦେବେ ବୋଲି କୁହାଯାଉଛି।

Share