ସଲମାନଙ୍କ ପାଇଁ ଅଟକି ରହିଛି ଏହି ବ୍ୟକ୍ତିଙ୍କ ବିବାହ

ବଲିଉଡ୍‌ର ଭାଇଜାନ ସଲମାନ ଖାନଙ୍କ କ୍ରେଜ୍‌ କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ରହିଛି। ତାଙ୍କ ପାଇଁ କିଛି ପ୍ରଶଂସକ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ। ଆଉ କିଛି ପ୍ରଶଂସକ ସଲମାନଙ୍କ ନାଁରେ ହାତରେ ମଧ୍ୟ ଟାଟୁ କରନ୍ତି। ଉତ୍ତର ପ୍ରଦେଶର ମୋରାଦାବାଦର ମହମ୍ମଦ ୟୁସୁଫ ସଲମାନଙ୍କ ଜଣେ ନିଆରା ପ୍ରଶଂସକ। ନିକଟରେ ସେ ଏକ ଅଜବ ଘୋଷଣା କରିଛନ୍ତି। ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କୁ ନ ଭେଟିବା ପର୍ଯ୍ୟନ୍ତ ଏବଂ ଥରେ ଆଲିଙ୍ଗନ ନକରିବା ପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ ବୋଲି କହିଛନ୍ତି।
ୟୁସୁଫ ବୃତ୍ତି ଅନୁଯାୟୀ ଗାଡି କିଣିବା ଏବଂ ବିକ୍ରୟ କରନ୍ତି। ଦୀର୍ଘ ଦିନ ହେବ ସେ ସଲମାନଙ୍କୁ ଭେଟିବାକୁ ଜିଦ୍‌ ଧରି ବସିଛନ୍ତି। ଜାନୁଆରୀ ୨୧ରେ, ୟୁସୁଫ ମୁମ୍ବାଇ ଆସି ସଲମାନଙ୍କ ଭେଟିବେ ବୋଲି ସ୍ବପ୍ନ ଦେଖୁଛନ୍ତି। ତା’ପରେ ସେ ବିବାହ କରିବେ।
ୟୁସୁଫ ସଲମାନଙ୍କର ଜଣେ ବଡ଼ ପ୍ରଶଂସକ। ୧୯୯୨ରୁ ଆଜି ପର୍ଯ୍ୟନ୍ତ ସଲମାନଙ୍କ କୌଣସି ଫିଲ୍ମ ଦେଖିବାକୁ ସେ ଭୁଲନ୍ତି ନାହିଁ। ଏପରିକି ସେ ତାଙ୍କ ହାତରେ ‘ଆଇ ଲଭ୍‌ ୟୁ ସଲମାନ’ ଲେଖିଛନ୍ତି। ୟୁସୁଫଙ୍କ ବୟସ ଏବେ ୩୮ ବର୍ଷ ଏବଂ ସେ ମୋରାଦାବାଦର ମଜୋଲା ପୋଲିସ ଷ୍ଟେଶନ ଅଞ୍ଚଳର ମଙ୍ଗୁପୁର ବାସିନ୍ଦା।

Share