ସଲମାନ ଖାନଙ୍କ ଫିଲ୍ମ ଦେଖି ହଲ୍‌ ଭିତରେ ବାଣ ଫୁଟାଇଲେ ପ୍ରଶଂସକ, ହେଲା କାର୍ଯ୍ୟାନୁଷ୍ଠାନ ଦାବି

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର-୩’ ରବିବାର ରିଲିଜ ହୋଇଛି। ଏହି ଅବସରରେ ତାଙ୍କ ପ୍ରଶଂସକମାନେ ମାଲେଗାଓଁର ଏକ ଥିଏଟର ଭିତରେ ବାଣ ଫୁଟାଇଛନ୍ତି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏଥିରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି। ବାସ୍ତବରେ ଦୀପାବଳିରେ ‘ଟାଇଗର-୩’ ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରକୁ ନେଇ ସଲମାନଙ୍କ ପ୍ରଶଂସକମାନେ ବହୁ ଦିନରୁ ଅପେକ୍ଷା କରି ରହିଥିଲେ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶେୟାର କରାଯାଇଥିବା ଏକ ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଦର୍ଶକମାନେ ମହାରାଷ୍ଟ୍ରର ନାଶିକ ଜିଲାର ମାଲେଗାଓଁର ଏକ ଥିଏଟର ଭିତରେ ବାଣ ଫୁଟାଇବା ଆରମ୍ଭ କରିଥିଲେ। ଲୋକମାନେ ଭୟଭୀତ ହୋଇ ଏଣେ ତେଣେ ଦୌଡବାକୁ ଲାଗିଲେ। ଏହି ଘଟଣା ସମ୍ପର୍କରେ ଲୋକମାନେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Share