ରିଲିଜ ହେବନି ସଲମାନଙ୍କ ଅଭିନୀତ ଫିଲ୍ମ

ମୁମ୍ବାଇ: ବଲିଉଡ ଦବଙ୍ଗ ଖାନ ସଲମାନଙ୍କ ଅଭିନୀତ ଫିଲ୍ମ ରିଲିଜ୍ ହେବନାହିଁ । କଥାଟା ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି ସତ । ମିଡିଆ ରିପୋର୍ଟ ଅନୁଯାୟୀ, ସଲମାନଙ୍କ ଅଭିନୀତ ଫିଲ୍ମ ‘କଭି ଇଦ କଭି ଦିୱାଲି’ ରିଲିଜ୍ ହେବନାହିଁ । ସାଜିଦ ନାଡିୟାଡୱାଲ ଫିଲ୍ମରୁ ମୁହଁ ଫେରାଇ ନେବା ପରେ ସବୁଦିନ ପାଇଁ ଏହି ଫିଲ୍ମକୁ ବନ୍ଦ କରି ଦିଆଯାଇଛି । ତେଣୁ ଦର୍ଶକେ ଯେଉଁ ଉତ୍ସୁକତାର ସହ ଫିଲ୍ମଟିକୁ ଅପେକ୍ଷା ରଖିଥିଲେ ସେଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି । ନିରାଶ ହୋଇଛନ୍ତି ସଲମାନଙ୍କ ପ୍ରଶଂସକ ।
ସଲମାନଙ୍କ ସହ ଏହା ପ୍ରଥମଥର ଘଟିନି । ଆଗରୁ ବି କିଛି ଫିଲ୍ମରେ ସେ ଅଭିନୟ କରିଥିଲା ବେଳେ ସେସବୁ ଫିଲ୍ମ ସିନେମା ଘର ଦେଖିପାରି ନାହିଁ । ଅଜିମ ବଜମିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଁଖ ମିଚୋଲି’ ରିଲିଜ୍ ପୂର୍ବରୁ ବନ୍ଦ କରି ଦିଆଯାଇଥିଲା । ଏଥିରେ ସଲମାନ ଡବଲ ରୋଲରେ ନଜର ଆସିଥାଆନ୍ତେ । ସେହିପରି ‘ମେରେ ଦୋସ୍ତ’ ଫିଲ୍ମରେ ଅରବାଜ ଖାଁ, ଦିବ୍ୟା ଭାରତି, କରିସ୍ମା କପୁର ଓ ସଲମାନ ଲିଡ ରୋଲରେ ଥିବା ବେଳେ ଏହା ଶୁଟିଂ ସରିଥିଲା ସତ ହେଲେ ରିଲିଜ୍ ହୋଇପାରି ନ ଥିଲା । ସେମତି ‘ବୁଲନ୍ଦ’ ଫିଲ୍ମରେ ସଲମାନ ସୋମି ଅଲିଙ୍କ ସହ ଅଭିନୟ କରିଥିବା ବେଳେ ଏହା ବି ସିନେମା ଘର ଦେଖିପାରି ନ ଥିଲା ।
ଫିଲ୍ମ ‘ଚୋରି ମେରା କାମ’ ରିଲିଜ୍ ପୂର୍ବରୁ ଥିଲା ଚର୍ଚ୍ଚାରେ । ଏଥିରେ ସଲମାନ ଖାଁ, ସୁନିଲ ସେଟ୍ଟି ଓ କାଜଲ ଅଭିନୟ କରିଥିଲେ । ଏହି ଫିଲ୍ମର କାଷ୍ଟରୁ ଅନୁମାନ କରାଯାଇଥିଲା କି ଏହା ବକ୍ସ ଅଫିସରେ ଭଲ କଲେକ୍ସନ କରିବ । ହେଲେ ଏହା ରିଲିଜ୍ ହୋଇ ପାରି ନ ଥିଲା ।

Share