ବାଂଲାଦେଶରେ ରିଲିଜ୍‌ ହେଲା ସଲମାନଙ୍କ କିସି କା ଭାଇ କିସି କି ଜାନ୍‌’

ମୁମ୍ବାଇ: ପ୍ରତିବର୍ଷ ଅଭିନେତା ସଲମାନ ଖାନ ପ୍ରଶଂସକମାନଙ୍କ ପାଇଁ ଇଦ୍‌ରେ ତାଙ୍କର ଗୋଟିଏ ଚଳଚ୍ଚିତ୍ର ଆଣିଥାନ୍ତି। ଏଥର ଅଭିନେତା ଇଦ୍‌ ଅବସରରେ ‘କିସି କା ଭାଇ କିସି କି ଜାନ୍‌’ପ୍ରଶଂସକଙ୍କୁ ଭେଟି ଦେଇଥିଲେ। ଏହି ଚଳଚ୍ଚିତ୍ର ପ୍ରଶଂସକଠାରୁ ବହୁତ ଭଲ ପାଇବା ପାଇଥିଲା। ବର୍ତ୍ତମାନ ସଲମାନ ଖାନଙ୍କ ବାଂଲାଦେଶୀ ପ୍ରଶଂସକମାନେ ମଧ୍ୟ ଭାଇଜାନଙ୍କ ଏହି ଫିଲ୍ମକୁ ଉପଭୋଗ କରିପାରିବେ, କାରଣ ଏହି ଫିଲ୍ମ ବାଂଲାଦେଶରେ ୨୫ ଅଗଷ୍ଟ ୨୦୨୩ରେ ମୁକ୍ତିଲାଭ କରିଛି। ‘କିସି କା ଭାଇ କିସି କି ଜାନ୍‌’ବାଂଲାଦେଶରେ ମୁକ୍ତିଲାଭ କରିଥିବା ଜି ଷ୍ଟୁଡିଓର ପ୍ରଥମ ଚଳଚ୍ଚିତ୍ର । ୧୯୭୧ ପରେ ପ୍ରଥମେ ‘ପଠାନ’ ଏବଂ ପରେ ବାଂଲାଦେଶରେ ମୁକ୍ତିଲାଭ କରିଥିବା ‘କିସି କା ଭାଇ କିସି କି ଜାନ୍‌’ ଦ୍ୱିତୀୟ ଭାରତୀୟ ଚଳଚ୍ଚିତ୍ର।

Share