ମା’ କୋଳ ସ୍ବର୍ଗ

ବଲିଉଡ ଅଭିନେତା ସଲମାନ ଖାନ ଇଣ୍ଡଷ୍ଟ୍ରିର ଭାଇଜାନ ଭାବେ ଜଣାଶୁଣା। ସଲମାନ ତାଙ୍କ ପରିବାରକୁ ବହୁତ ଭଲ ପାଆନ୍ତି। ସେ ଏବେ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି କିନ୍ତୁ ଏଥିରୁ ସମୟ ବାହାର କରି ସେ ନିଜ ପରିବାର ସମୟ ବିତାଇବାକୁ ପସନ୍ଦ କରନ୍ତ। ନିକଟରେ ସଲ୍ଲୁ ମା’ ସଲମା ଖାନଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ମା’ଙ୍କ କୋଳରେ ଶୋଇଥିବାର ନଜର ଆସିଛନ୍ତି। ଏହି ସମୟରେ, ମା’ ଏବଂ ପୁଅର ମୁହଁରେ ଏକ ସୁନ୍ଦର ହସ ସ୍ପଷ୍ଟ ଦେଖାଯାଏ। ଏହି ଫଟୋ ସହିତ ସଲମାନ ବହୁତ ଛୋଟ କିନ୍ତୁ ସ୍ବତନ୍ତ୍ର କ୍ୟାପସନ ଲେଖିଛନ୍ତି, ‘ମା’ଙ୍କ କୋଳ … ସ୍ବର୍ଗ। ଏହି ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ସଲମାନଙ୍କ ଏହି ଫଟୋକୁ ଅଳ୍ପ କିଛି ଘଣ୍ଟା ମଧ୍ୟରେ ୧୭ ଲକ୍ଷ ୮ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି।
ସଲମାନ ଖାନ ଖାନଙ୍କୁ ଫିଲ୍ମ ‘ଅନ୍ତିମ୍‌’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଆଜିକାଲି ସଲମାନ ‘ଟାଇଗର ୩’ ପାଇଁ ଶଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସଲମାନ ଖାନଙ୍କ ସହ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ।

Share