କଥା ରଖିଲେ ସଲମାନ, ୨୫୦୦୦ ସିନେ କଳାକାରଙ୍କ ଆକାଉଣ୍ଟକୁ ପଠାଇଲେ ଟଙ୍କା

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଖାନ୍‌ ସଲମାନ ସିନେ କଳାକାରଙ୍କୁ ଦେଇଥିବା କଥା ରଖିଛନ୍ତି। ସଲମାନ ୨୫୦୦୦ ସିନେ କଳାକାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫୦୦ ଟଙ୍କା ଲେଖାଏ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହି ଟଙ୍କା କଳାକାରଙ୍କ ଆକାଉଣ୍ଟକୁ ଆସିବା ଆରମ୍ଭ ହୋଇଛି। ଏନେଇ ଏଫ୍‌ଡବ୍ଲୁୃସିଇର ପ୍ରେସିଡେଣ୍ଟ ବି.ଏନ୍‌ ତିଓ୍ବାରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସଲମାନ ଫିଲ୍ମ ଜଗତ ସହ ଜଡ଼ିତ କର୍ମଚାରୀଙ୍କ ପାଇଁ ସବୁବେଳେ କିଛି ନା କିଛି ସହାୟତା ଯୋଗାଇ ଆସୁଛନ୍ତି। ବିଶେଷକରି ଯେଉଁମାନେ ପ୍ରତିଦିନ ରୋଜଗାର କରନ୍ତି, ସେ ସେମାନଙ୍କ ପାଇଁ କିଛି କରିବା ଜାରି ରଖନ୍ତି। ଏହି ମହାମାରୀରେ ସେ ଅନେକ କଳାକାରଙ୍କୁ ସାହାଯ୍ୟ କରିଛନ୍ତି। ତାଙ୍କ ପ୍ରତିଶ୍ରୁତି ଅନୁଯାୟୀ, ସଲମାନ ୨୫୦୦୦ ସିନେ କଳାକାରଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Share