ଫିଲ୍ମ ରିଲିଜ ପୂର୍ବରୁ ସଲମାନଙ୍କୁ ପୁଣି ହତ୍ୟା ଧମକ

ମୁମ୍ବାଇ,୨୦।୪: ବଲିଉଡ ଅଭିନେତା ସଲମାନ ଖାନ ବର୍ତ୍ତମାନ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ରେ ବହୁତ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ଫିଲ୍ମ ରିଲିଜ ହେବା ପୂର୍ବରୁ ସଲମାନଙ୍କୁ ପୁଣିଥରେ ହତ୍ୟା ଧମକ ଦିଆଯାଇଛି। ଏଥର ସଲମାନ ଖାନଙ୍କ ସହ ରାଖୀ ସାୱନ୍ତଙ୍କୁ ମଧ୍ୟ ସଲମାନଙ୍କଠାରୁ ଦୂରରେ ରହିବାକୁ ଚେତାବନୀ ଦିଆଯାଇଛି।

ରାଖୀ ସାୱନ୍ତ ଇଟାଇମ୍ସ ସହ ହୋଇଥିବା ବାର୍ତ୍ତାଳାପରେ ନିଶ୍ଚିତ କରିଛନ୍ତି, ତାଙ୍କୁ ଏହି ଘଟଣାରୁ ଦୂରେଇ ରହିବାକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଧମକ ଆସିଛି। ରାଖୀ ସାୱନ୍ତ ପାପାରାଜି ସାମ୍ନାରେ ମେଲ ପଢିଥିଲେ। ଯେଉଁଥିରେ ଲେଖାଅଛି, ରାଖୀ ତୁମ ସହିତ ଆମର ଶତ୍ରୁତା ନାହିଁ, ହେଲେ ସଲମାନ ଖାନଙ୍କ ମାମଲାରେ ଜଡିତ ହୁଅ ନାହିଁ। ଅନ୍ୟଥା, ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହେବେ। ତୁମ ଭାଇ ସଲମାନ ଖାନଙ୍କୁ ମୁମ୍ବାଇରେ ହତ୍ୟା କରିବୁ।

ନିକଟରେ ଶେଷ ଥର ପାଇଁ ସଲମାନ ଖାନଙ୍କୁ ଧମକ ଦିଆଯିବା ପରେ ରାଖୀ ସାୱନ୍ତଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ଭାଇଜାନଙ୍କ ପକ୍ଷରୁ ଲରେନ୍ସ ବିଷ୍ଣୋଇ ଏବଂ ଗ୍ୟାଙ୍ଗକୁ କ୍ଷମା ମାଗିଥିଲେ ଏବଂ ସଲମାନ ଖାନଙ୍କ ଉପରେ ଖରାପ ନଜର ନ ରଖିବାକୁ କହିଥିଲେ। ଏଭଳି ପରିସ୍ଥିତିରେ ଫିଲ୍ମ ‘କିସି କା ଭାଇ ଭାଇ କିସି କି ଜାନ’ ରିଲିଜ ହେବା ପୂର୍ବରୁ ସଲମାନ ଖାନଙ୍କୁ ପୁଣି ଥରେ ଧମକ ଦିଆଯାଉଥିବା ଖବର ନିଶ୍ଚିତ ଭାବେ ଏକ ସମ୍ବେଦନଶୀଳତା ସୃଷ୍ଟି କରିଛି।

Share