ଏହି ମହିଳାଙ୍କୁ ଦେଖା କରିବାକୁ ପାଗଳ ସଲମାନ୍‌

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌ ନିକଟରେ ୫୫ତମ ଜନ୍ମଦିନ ପାଳନ କରିଥିଲେ। ତେବେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିବାରୁ ଚଳିତ ବର୍ଷ ସେ ଧୂମ୍‌ ଧାମରେ ଜନ୍ମଦିନ ପାଳନ କରିପାରି ନ ଥିଲେ। ୨୦୨୧ ଇନ୍‌ ଅବସରରେ ତାଙ୍କର ଆଗାମୀ ଫିଲ୍ମ ‘ରାଧେ’ର ରିଲିଜ୍‌ ହେବ ବୋଲି ସେ ଏହି ଅବସରରେ କହିଥିଲେ। ଏହି ସୁପରଷ୍ଟାରଙ୍କ ଜନ୍ମଦିନରେ ତାଙ୍କ ପାଖକୁ ଶୁଭେଚ୍ଛାର ଭାର୍ତ୍ତା ଛୁଟିଥିଲା। ତେବେ ଏହା ମଧ୍ୟରେ ଏକ ସ୍ବତନ୍ତ୍ର ଶୁଭେଚ୍ଛା ମଧ୍ୟ ଆସିଥିଲା। ଯାହାକି ରାଜସ୍ଥାନର ଜୟପୁରରୁ ଆସିଥିଲା।
ମିଡିଆ ରିପୋର୍ଟ ଅନୁଯାୟୀ, ଯେତେବେଳେ ବି ସଲମାନ୍‌ ରାଜସ୍ଥାନ ଯାଇଥାନ୍ତି , ନିଶ୍ଚିତ ଭାବରେ ସେ ଏହି ବିଶେଷ ମହିଳାଙ୍କୁ ସାକ୍ଷାତ କରିଥାନ୍ତି। ଏହି ମହିଳା ମଧ୍ୟ ସଲମାନଙ୍କୁ ବହୁତ ଭଲ ପାଆନ୍ତି। ସେ ପ୍ରତିବର୍ଷ ସଲମାନ୍‌ଙ୍କୁ ତାଙ୍କର ଜନ୍ମଦିନରେ ଶୁଭେଚ୍ଛା ଜଣାଇବାକୁ ଭୁଲି ନ ଥାନ୍ତି। ଏହି ସମ୍ପର୍କ ରକ୍ତର କିମ୍ବା ବନ୍ଧୁତାର ନୁହେଁ, ପ୍ରେମର। ଏହି ମହିଳା ଜଣଙ୍କ ହେଲେ ବୀନା କାକ। ଉଭୟ ଗୋଟିଏ କି ଦୁଇଟି ନୁହେଁ ବରଂ ଅନେକ ଫିଲ୍ମରେ ଏକତ୍ର କାମ କରିସାରିଛନ୍ତି। ବୀନା ସଲମାନ୍‌ଙ୍କ ସହ ଫିଲ୍ମ ‘ମୈନେ ପ୍ୟାର୍‌ କ୍ୟୁଁ କିୟା’, ‘ପ୍ରେମ୍‌ ରତନ ଧନ ପାୟୋ’, ‘ଗଡ଼୍‌ ତୁସି ଗ୍ରେଟ୍‌ ହୋ’ ଆଦି ଫିଲ୍ମରେ କାମ କରିସାରିଛନ୍ତି। ସଲମାନ୍‌ ବୀନାଙ୍କୁ ତାଙ୍କ ମା’ ପରି ଭଲ ପାଆନ୍ତି। ତେଣୁ ଯେତେବେଳେ ବି ସଲମାନ ରାଜସ୍ଥାନ ଯାଆନ୍ତି ବୀନାଙ୍କୁ ଦେଖା କରିବାକୁ ଭୁଲି ନ ଥାନ୍ତି।

Share