ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଲେ ହଲିଉଡ ମହିଳା

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଇଫା ପୁରସ୍କାର ପାଇଁ ଆଜିକାଲି ସଲମାନ ଆବୁଧାବିରେ ଅଛନ୍ତି। ଯେଉଁଠାରୁ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ପ୍ରଶଂସକମାନେ ସଲମାନଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ଆଜି ବି ଅନେକ ଝିଅ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏଥର ହଲିଉଡରୁ ସଲମାନଙ୍କୁ ବିବାହ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବକୁ ନେଇ ଭାଇଜାନ ଏପରି ଉତ୍ତର ଦେଇଥିଲେ ଯେ ଯାହାକୁ ଶୁଣିଲେ ଆଶ୍ଚଯ୍ୟ ହୋଇଯିବେ।

ଶୁକ୍ରବାର ଇଫା ପୁରସ୍କାରର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସଲମାନ ଦବଙ୍ଗ ଷ୍ଟାଇଲରେ ପହଞ୍ଚିଥିଲେ। ଯେଉଁଠାରେ ସମସ୍ତେ ସଲମାନଙ୍କ ଲୁକ୍‌ ଦ୍ୱାରା ଇମ୍‌ପ୍ରେସ ହୋଇଯାଇଥିଲେ। ଏହି ସମୟରେ ସଲମାନ ଗଣମାଧ୍ୟମ ସହିତ ମଧ୍ୟ କଥାବାର୍ତ୍ତା କରିଥିଲେ। ଇଫା କଭର୍‌ କରିବାକୁ ହଲିଉଡରୁ ଆସିଥିବା ଜଣେ ମହିଳା ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ।

ମହିଳା ଜଣଙ୍କ ସଲମାନଙ୍କୁ କହିଥିଲେ, ମୁଁ ତୁମକୁ ଏକ ପ୍ରଶ୍ନ ପଚାରିବା ପାଇଁ ହଲିଉଡରୁ ଆସିଛି । ଯେତେବେଳେ ମୁଁ ତୁମକୁ ପ୍ରଥମ ଥର ଦେଖିଲି, ମୁଁ ତୁମ ପ୍ରେମରେ ପଡିଗଲି। ଏହାର ଉତ୍ତରରେ ଭାଇଜାନ କହିଛନ୍ତି – ଆପଣ ଶାହାରୁଖ ଖାନଙ୍କ ବିଷୟରେ କହୁଛନ୍ତି ନା? ଏହାର ଉତ୍ତରରେ ମହିଳା କହୁଛନ୍ତି, ନା, ମୁଁ ସଲମାନ ଖାନଙ୍କ ବିଷୟରେ କହୁଛି। କ’ଣ ଆପଣ ମୋତେ ଆପଣ ମୋତେ ବିବାହ କରିବେ? ବିବାହ ପ୍ରସ୍ତାବ ଦେବା ପରେ ସଲମାନ ଏପରି ଉତ୍ତର ଦେଇଥିଲେ ଯେ ମହିଳାଙ୍କ ହୃଦୟ ଭାଙ୍ଗିଯାଇଥିଲା। ସଲମାନକହିଛନ୍ତି – ମୋର ବିବାହର ଦିନଗଲାଣି। ତୁମେ ମୋତେ ୨୦ବର୍ଷ ପର୍ବରୁ ଭେଟିବାର ଥିଲା। ତେବେ ସେହି ମହିଳା ଜଣଙ୍କ ହଲିଉଡର ହୋଷ୍ଟ ଏଲିନା ଖଲଫାହ।

Share