ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଆଉ ଏକ ଧମକ ମିଳିଛି। ଏଥର ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଜଣେ ବ୍ୟକ୍ତି କଲ କରି କହିଛନ୍ତି ଯେ, ସେ ୩୦ ତାରିଖରେ ସଲମାନଙ୍କୁ ହତ୍ୟା କରିବେ।କଲର ଜଣଙ୍କ ତାଙ୍କ ନାମ ରକି ଭାଇ କହିଥିବା ବେଳେ ସେ ଯୋଧପୁରର ଗୋରକ୍ଷକ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ସୋମବାର ରାତି ପ୍ରାୟ ୯ଟା ସମୟରେ ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମରେ ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ ଆସିଥିଲା। ବର୍ତ୍ତମାନ ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Share