ହାତରେ ସିଗାରେଟ ଧରି ଶୋ’ ହୋଷ୍ଟ କଲେ ସଲମାନ!

ବମ୍ବେ: ପ୍ରସାରିତ ହେବା ଦିନଠାରୁ ଚର୍ଚ୍ଚାରେ ବିଗ୍‌ବସ୍‌ ଓଟିଟି ସିଜନ ୨। କେତେବେଳେ ପ୍ରତିଯୋଗୀ ତ କେତେବେଳେ ହୋଷ୍ଟ ସଲମାନ ଖବର ଶିରୋନାମା ପାଲଟୁଛନ୍ତି। ଏଇ ଯେମିତି ଗତ ସପ୍ତାହରେ ପ୍ରସାରିତ ହୋଇଥିବା ଏପିସୋଡରେ ସଲମାନ ହାତରେ ସିଗାରେଟ୍‌ ଧରିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାର ଅନେକ ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେବଳ ଏତିକି ନୁହେଁ ଉକ୍ତ ଏପିସୋଡରେ ସଲମାନ ଅସଭ୍ୟ ଭାଷା ପ୍ରୟୋଗ କରିଥିବା ମଧ୍ୟ ଦେଖାଯାଇଛି।

ଜୁନ ୧୭ରେ ବିଗ୍‌ବସ୍‌ ଓଟିଟିରେ ସଲମାନ ବ୍ଲକବଷ୍ଟର ଏଣ୍ଟ୍ରି କରିଥିଲେ। ଏବେ ଏହି ଶୋ’ ଜିଓସିନେମାରେ ପ୍ରସାରିତ ହେଉଛି। ଏଥିରେ ପ୍ରତିଯୋଗୀ ଭାବେ ପୂଜା ଭଟ୍ଟ, ଅଭିଶେକ ମଲହାନ, ଅବିନାଶ ସଚଦେବ, ମନିଶା ରାନୀ, ଜିୟା ଶଙ୍କର, ଜାଦ ହାଦିଦ, ଫଲକ ନାଜ, ସାଇରସ ବରୁଚା, ବେବିକା ଧ୍ରୁବେ ପ୍ରମୁଖ ନଜର ଆସୁଛନ୍ତି।

Share