ମୁମ୍ବାଇ,୧୯ ।୧୧: ବଲିଉଡ୍ ଭାଇଜାନ୍ ସଲମାନଙ୍କ ଖାଁଙ୍କ ଡ୍ରାଇଭର ଓ ଦୁଇ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସଲମାନ ନିଜେ ଆଇସୋଲେଶନରେ ରହିଥିବା ଜଣାପଡିଛି । ନିକଟରେ ସେ ବିଗ୍ ବସ୍ ସିଜନ-୧୪ର ହୋଷ୍ଟ ଭାବେ କାମ କରୁଥିବା ବେଳେ ଆଗକୁ ଏହାର ଶୁଟିଂ ବି ରହିଛି । ତେଣୁ ତାଙ୍କ ଆଇସୋଲେଶନକୁ ନେଇ ଏବେ ଅନୁମାନ କରାଯାଉଛି କି ସେ ହୁଏତ ନିକଟରେ ବିଗ୍ ବସ୍ ୧୪ର ଶୁଟିଂ କରି ନ ପାରନ୍ତି । ନିକଟରେ ସେ ଫିଲ୍ମ ‘ରାଧେ’ର ଶୁଟିଂ ଆରମ୍ଭ କରିଥିବା ବେଳେ ଏଥିରେ ତାଙ୍କ ସହ ନଜର ଅସିବେ ଦିଶା ପାଟନି । ସୂଚନାଯୋଗ୍ୟ, କରୋନା ଲକ୍ଡାଉନ ଯୋଗୁ ପ୍ରାୟ ୬ ମାସ ହେବ ବଲିଉଡ୍ରେ ଶୁଟିଂ ବନ୍ଦ ଥିବା ବେଳେ ଏବେ ଏବେ କିଛି ଫିଲ୍ମ ଓ ଧାରାବାହିକର ଶୁଟିଂ ଆରମ୍ଭ କରାଯାଇଛି ।