୨୦୨୩ରେ ରିଲଜ୍ ହେବ ସଲମାନଙ୍କ ଅଭିନୀତ ଫିଲ୍ମ ‘କଭି ଇଦ୍ କଭି ଦିୱାଲି’

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନଙ୍କ ଖାଁଙ୍କ ଅଭିନୀତ ଫିଲ୍ମ ‘କଭି ଇଦ କଭି ଦିୱାଲି’ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ରେ ରିଲିଜ ହେବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଗଲାଣି । ସାଜିଦ ନାଡିୟାଡୱାଲଙ୍କ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ରହିଛନ୍ତି ସଲମାନ ଖାଁ ଓ ପୂଜା ହେଗଡେ । ଫରହାନ ସାମଜିଙ୍କ ଦ୍ୱାରା ଏହା ନିର୍ଦ୍ଦେଶିତ ହୋଇଥିବା ବେଳେ ୨୦୨୩ ଇଦରେ ଏହା ରିଲିଜ୍ ହେବାର ଯୋଜନା ରହିଛି । ଏହି ଫିଲ୍ମରେ ସଲମାନଙ୍କୁ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିବ ବୋଲି କୁହଯାଉଛି । ପୁଜା ହେଗଡେ ଏଥିରେ ସଲମାନଙ୍କ ବିପରିତରେ ଏକ ପାରମ୍ପରିକ ଛୋଟ ସହରର ଝିଅ ଭୂମିକାରେ ନଜର ଆସିବେ ।

Share