ଫିଲ୍ମ ଆରମ୍ଭ ପୂର୍ବରୁ ନଡ଼ିଆ ଭାଙ୍ଗିଲେ ସଲମାନ

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ‘ଟାଇଗର-୩’ର ଶୁଟିଂ ମାର୍ଚ୍ଚ ୮ରୁ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଫିଲ୍ମର ମୁହରତ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫିଲ୍ମର ଷ୍ଟାର୍‌କାଷ୍ଟମାନେ ଯୋଗ ଦେଇଥିଲେ। ଏହି ଅବସରରେ ଫିଲ୍ମର ନିର୍ଦ୍ଦେଶକ ମନୀଷ ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ଏହି ଫିଲ୍ମରେ ଭିଲେନ ଭୂମିକାରେ ଅଭିନୟ କରିବାକୁ ଯାଉଥିବା ଇମ୍ରାନ ହାସ୍‌ମି ଏବଂ କ୍ୟାଟ୍ରିନା କୈଫ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ଫିଲ୍ମ ‘ପଠାନ’ର ଶୁଟିଂ ପାଇଁ ସଲମାନ ଖାନ ଶାହରୁଖ ଖାନଙ୍କ ସହ ୟଶ ରାଜ ଫିଲ୍ମର ଷ୍ଟୁଡିଓକୁ ଆସିଥିଲେ। ଏହାପରେ ଫିଲ୍ମର ମୁହରତ୍‌ରେ ଯୋଗଦେଇ ନଡିଆ ଭାଙ୍ଗିଥିଲେ। ସୂଚନା ଅନୁଯାୟୀ, ୟଶ୍‌ରାଜ୍‌ ବ୍ୟାନରର ଏହାର ୫୦ ବର୍ଷ ପୂର୍ତ୍ତି ଅବସରରେ ହିନ୍ଦୀ ସିନେମାର କିଛି ବଡ ଫିଲ୍ମ ଲଞ୍ଚ ହେବାକୁ ଯାଉଛି। ଫିଳ୍ମ ‘ଟାଇଗର-୩’ର ମୁହରତ ଅବସରରେ ପୂଜାର୍ଚ୍ଚନା କରାଯାଇଥିଲା।

 

Share