ସୋସିଆଲ ମିଡିଆରେ କିଏ କେତେବେଳେ ଲୋକପ୍ରିୟ ହୋଇଯାଏ ତାହା ଜଣାପଡ଼େ ନାହିଁ। ତାହା କୌଣସି ବ୍ୟକ୍ତି ହୁଅନ୍ତୁ ଅବା କିଛି ଜିନିଷ। ଏବେ ଏମିତି ଏକ ଫିଲ୍ଟର ଆସିଛି, ଯାହା ଜଣଙ୍କ ଚେହେରାକୁ ଯୁବକ କରିଦେଉଛି। ଏହି ଫିଲ୍ଟର ନାମ ହେଉଛଇ ‘ବେବି ଫିଲ୍ଟର’। ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ପ୍ରଥମେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ବେବି ଫିଲ୍ମର ପରେ ଏବେ ସଲମାନ୍ ଖାନ୍, କ୍ୟାଟ୍ରିନା କୈଫ୍ଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ସଲମାନ-କ୍ୟାଟ୍ରିନାଙ୍କ ଏହି ବେବି ଫିଲ୍ଟର ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ଖାସ୍ କଥା ହେଲା, ଏହି ଫିଲ୍ଟର ସାହାଯ୍ୟରେ କଳାକାରମାନେ ବହୁତ ସୁନ୍ଦର ଦେଖାଯାଉଛନ୍ତି।