Advertisement

ଏହି ଅଭିନେତ୍ରୀଙ୍କୁ ଫିଲ୍ମକୁ ଆଣିଥିଲେ ସଲମାନ, ଆଜି ସେ ସୁପରହିଟ୍‌

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନଙ୍କୁ ବଲିଉଡ୍‌ର ଗଡଫାଦର କୁହାଯାଏ। ସେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିବାର ନଜିର ରହିଛି। ଏହି ତାଲିକାରେ ପ୍ରଥମେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାମ ରହିଛି। ସଲମାନ ତାଙ୍କ ଫିଲ୍ମ ‘ଦବଙ୍ଗ’ ଜରିଆରେ ସୋନାକ୍ଷୀଙ୍କୁ ରଙ୍ଗୀନ ଦୁନିଆକୁ ଆଣିଥିଲେ। ସୋନାକ୍ଷୀ ବର୍ତ୍ତମାନ ସୁଦ୍ଧା ଅନେକ ହିଟ୍‌ ଫିଲ୍ମ କରିସାରିଲେଣି। ସେହିପରି ସଲମାନ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ, କ୍ୟାଟ୍ରିନା କୈଫ୍‌, ଭାଗ୍ୟଶ୍ରୀଙ୍କୁ ମଧ୍ୟ ଫିଲ୍ମ ଲାଇନକୁ ଆଣିଥିଲେ। ବର୍ତ୍ତମାନ ଏମାନେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଜଣେ ଜଣେ ସଫଳ ଅଭିନେତ୍ରୀ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share