Advertisement

କ୍ୟାଟ୍ରିନାଙ୍କ ଶାଢି ସଜାଡିଲେ ସଲମାନ: ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡର ଭାଇଜାନ୍‌ ସଲମାନ ଖାଁ ଓ କ୍ୟାଟ୍ରିନା କୈଫ୍‌ ଏବେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଭାରତ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ନିକଟରେ ଏହାର ଏକ ଗୀତ ରିଲିଜ୍‌ ହୋଇଥିଲା। ଏହି ଗୀତର ପ୍ରମୋଶନ ଇଭେଣ୍ଟରେ ଯୋଗ ଦେଇଥିଲେ ‘ଭାରତ’ର ଲିଡ୍‌ ରୋଲରେ ଥିବା କ୍ୟାଟ୍ରିନା ଓ ସଲମାନ। ହେଲେ ସେଠାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଲା ତାକୁ କେହି ବିଶ୍ୱାସ କରିପାରିଲେ ନାହିଁ। ଏବେ ସେହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣା ହେଉଛି ଉକ୍ତ ପ୍ରମୋଶନ ଇଭେଣ୍ଟରେ କ୍ୟାଟ୍ରିନାଙ୍କ ଶାଢିର କୁଞ୍ଚ ସାମାନ୍ୟ ବିଗିଡି ଯାଇଥିଲା। ଯାହାକୁ ଦେଖି ସଲମାନ ନଇଁପଡି ସଜାଡି ଦେଇଥିବା ଦେଖିବାକୁ ମିଳିଥିଲା। ଏବେ ଏମିତି କିଛି ଫଟୋ ସୋସିଆଲ ମିଡିଆରେ ଘୁରିବୁଲୁଛି। ହେଲେ ଏତିକିରେ କଥା ସରିନି। କ୍ୟାଟ୍ରିନା ମଧ୍ୟ ସଲମାନଙ୍କୁ ଆପଣାର ବୋଲି ଫିଲ୍‌ କରାଇବାକୁ ଯାଇ ଷ୍ଟେଜ୍‌ ଉପରେ ତାଙ୍କ ଗାଲ ଧରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସଲମାନ ଦୂରେଇ ଯାଇଥିଲେ। ଏବେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ୟୁଜରମାନେ ବିଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି। ତେବେ ଖବରଦାତାମାନେ କ୍ୟାଟ୍ରିନାଙ୍କୁ ପ୍ରଶ୍ନ କରିଥିଲେ କି ସେ ସଲମାନଙ୍କୁ ଭାଇଜାନ୍‌ ବୋଲି କହିବାରେ କିଛି ଅସୁବିଧା ଅଛିକି। କିନ୍ତୁ କ୍ୟାଟ୍ରିନା ଏହାର ଉତ୍ତର ଦେବା ପୂର୍ବରୁ ସଲମାନ କହିଥିଲେ ମୁଁ ଆପଣଙ୍କର ଭାଇଜାନ, କ୍ୟାଟ୍ରିନାଙ୍କର ନୁହେଁ। ତେବେ କ୍ୟାଟ୍ରିନା ତାଙ୍କୁ କେଉଁ ଜାନ୍‌ ବୋଲି ଡାକିବେ କହିବାକୁ ପୁଣି ସଲମାନ କହିଥିଲେ ମେରି ଜାନ୍‌। ଯାହା ସେ ସମୟରେ ହାସ୍ୟରୋଳ ସୃଷ୍ଟି କରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share