ଦୀପାବଳିରେ ରିଲିଜ ହେବ ସଲମାନଙ୍କ ଫିଲ୍ମ ‘ପ୍ରେମ କି ଶାଦି’!

ବମ୍ବେ: ସାତ ବର୍ଷ ପରେ ପୁଣି ଥରେ ନିର୍ଦ୍ଦେଶକ ସୁରଜ ବଡଜାତ୍ୟାଙ୍କ ସହ କାମ କରିବେ ଦବଙ୍ଗ ଖାଁ ସଲମାନ। ଏହି ଫିଲ୍ମର ନାଁ ରହିବ ‘ପ୍ରେମ କି ଶାଦି’। ପୂର୍ବରୁ ଭାଇଜାନ ଅନେକ ଫିଲ୍ମରେ ପ୍ରେମ ଚରିତ୍ରରେ ନଜର ଆସିଛନ୍ତି। ଏଣୁ ନୂଆ ଫିଲ୍ମଟି ତାଙ୍କ ଲାଗି ଚ୍ୟାଲେଞ୍ଜିଂ ରହିବ ବୋଲି କରାଯାଉଛି ଆଶା।
ଲକ୍‌ଡାଉନ୍‌ରେ ଫିଲ୍ମ ଉପରେ କାମ ଆରମ୍ଭ ହୋଇଥିବା ବେଳେ ଏବେ ଏହାର ସ୍କ୍ରିପ୍ଟ ଲେଖା ସରିଛି। ଏହା ଏକ ରୋମାଣ୍ଟିକ କମେଡି ଫିଲ୍ମ ହେବ। ଆସନ୍ତା ମାସରୁ ଶୁଟିଂ ଆରମ୍ଭ ହେବାକୁ ଥିବା ବେଳେ ଦୀପାବଳିରେ ଏହା ରିଲିଜ ହେବ। ତେବେ ନିର୍ମାତାମାନେ ଏଯାବତ ସଲମାନଙ୍କ ନାୟିକା କିଏ ହେବ ତାହା ଫାଇନାଲ କରିନାହାନ୍ତି।
ଆଗାମୀ ଦିନରେ ସଲମାନଙ୍କ ଫିଲ୍ମ ଟାଇଗର-୩ ରିଲିଜ ହେବାକୁ ଯାଉଛି। ଫିଲ୍ମରେ ତାଙ୍କ ସହ କଟ୍ରିନା କୈଫ ଏବଂ ଇମରାନ ହାଶମୀ ମୁଖ୍ୟ ଭୂମିକାରେ ଅଛନ୍ତି।
Share