ଲଗାତାର ମିଳୁଥିବା ଧମକ ମଧ୍ୟରେ କୋଲକାତାରେ ପରଫର୍ମ କରିବେ ସଲମାନ

ମୁମ୍ବାଇ: ସଲମାନ ଖାଁଙ୍କ ପ୍ରଶଂସକ ତାଙ୍କର ମୋଷ୍ଟ ଆଓ୍ବେଟେଡ ମୁଭି ‘କିସି କା ଭାଇ କିସି କି ଜାନ’ର ରିଲିଜକୁ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି। ଏହାରି ଭିତରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ସଲମାନ ଖାଁ କୋଲକାତାର ଇଷ୍ଟ ବଙ୍ଗାଲ ଗ୍ରାଉଣ୍ଡରେ ପରଫର୍ମ କରିବେ। ଜାନୁୟାରୀରେ ପୋଷ୍ଟ ପନ ହୋଇଥିବା ଏହି ଇଭେଣ୍ଟକୁ ଏବେ କନଫରମେଶନ ମିଳିଯାଇଛି। ସଲମାନଙ୍କ ସହ କେତେଜଣ ବଡ ବଡ ଷ୍ଟାର ଏହି ଇଭେଣ୍ଟରେ ଯୋଗ ଦେବେ। ଏଥିପାଇଁ ଟିକେଟର ମୂଲ୍ୟ ୯୯୯ଟଙ୍କା ରଖାଯାଇଛି। ପିଙ୍କ ଭିଲାର ରିପୋର୍ଟ ଅନୁଯାୟୀ, ଏହି ଇଭେଣ୍ଟ କୋଲକାତାର ଇଷ୍ଟ ବଙ୍ଗାଲ ଫୁଟବଲ କ୍ଲବରେ ହେବ। କୋଲକାତାର ଏକ ଜଣାଶୁଣା କ୍ଲବ ଏହାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଛି।

Share