ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ର ଆଉ ଏକ ନୂଆ ଗୀତ ‘ଜି ରହେ ଥେ ହମ୍’ ରିଲିଜ ହୋଇଛି। ତେବେ ସବୁଠୁ ଇନ୍ଟ୍ରେଷ୍ଟିଙ୍ଗ୍ କଥା ହେଉଛି ଭାଇଜାନ୍ ନିଜେ ଏହି ଗୀତଟିକୁ ଗାଇଛନ୍ତି। ସଲମାନ ଖାନ ଏବଂ ପୂଜା ହେଗଡେଙ୍କୁ ଏହି ଗୀତରେ ଜବରଦସ୍ତ କେମେଷ୍ଟ୍ରିରେ ନଜର ଆସିଛନ୍ତି। ସଲମାନ ଖାନ ନିଜେ ଟୁଇଟ୍ରରେ ଏହି ଗୀତର ରିଲିଜ୍ ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ ଗୀତର ସିଗ୍ନେଜର ଷ୍ଟେପ୍ କରିବାକୁ ମଧ୍ୟ ପ୍ରଶଂସକଙ୍କୁ ଚ୍ୟାଲେଞ୍ଚ ଦେଇଛନ୍ତି।