ପଲକଙ୍କ ପ୍ରଶଂସକ ପାଲଟିଗଲେ ସଲମାନ

ମୁମ୍ବାଇ: ଟେଲିଭିଜନ କୁଇନନ୍ ଶ୍ୱେତା ତିୱାରି ଏବେ ଖୁସିରେ ଝୁମି ଯାଉଛନ୍ତି । ନିଜର ପ୍ରୋଜେକ୍ଟ ସହ ଏବେ ସେ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି ଝିଅ ପଲକଙ୍କ ପାଇଁ । ନିକଟରେ ପଲକ ତିୱାରିଙ୍କ ଏକ ମ୍ୟୁଜିକ ଭିଡିଓ ରିଲିଜ୍ ହୋଇଛି । ଯେଉଁଥିରେ ତାଙ୍କ ଅଭିନୟ ୟଙ୍ଗଷ୍ଟରଙ୍କୁ ପାଗଳ କରିଛି । ଏହାସହ ଶ୍ୱେତାଙ୍କ ପ୍ରଶଂସକମାନେ ବି ପଲକଙ୍କୁ ପ୍ରଶଂସା କରିବାକୁ ପଛେଇ ନାହାନ୍ତି । ମ୍ୟୁଜିକ ଭିଡିଓ ‘ବିଜଲି-ବିଜଲି’ରେ ସେ ହାର୍ଡି ସନ୍ଧୁଙ୍କ ସହ ନଜର ଆସିଛନ୍ତି । ଏହା ପଲକଙ୍କର ହାର୍ଡିଙ୍କ ସହ ପ୍ରଥମ ପ୍ରୋଜେକ୍ଟ । ଯାହା ବି ହେଉ ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ବଲିଉଡ ଭାଇଜାନ ସଲମାନ ବି ଏଥିରୁ ବାଦ୍ ପଡି ନାହାନ୍ତି । ସଲମାନ ଏହି ଭିଡିଓକୁ ଶେୟାର କରି ପଲକ ଓ ହାର୍ଡିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପଲକ ମଧ୍ୟ ସଲମାନଙ୍କୁ ଧନ୍ୟବାଦ ଦେବାକୁ ଆଦୌ ଭୁଲି ନାହାନ୍ତି । ଏପର୍ଯ୍ୟନ୍ତ ଏହି ମ୍ୟୁଜିକ ଭିଡିଓକୁ ୮ ମିଲିୟନ ଭ୍ୟୁଜ ମିଳିଥିବା ବେଳେ ଦର୍ଶକେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି ।

Share