ମେ’ ୧୩ରେ ପରଦାକୁ ଆସିବ ‘ରାଧେ’, ରିଲିଜକୁ ନେଇ…

ବମ୍ବେ: ସଲ୍ଲୁଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କରୋନା ସଂକ୍ରମଣକୁ ନେଇ କଟକଣା ସତ୍ତ୍ୱେ ଦବଙ୍ଗ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ’ ମେ’ ୧୩ରେ ଇଦ୍‌ ଅବସରରେ ବଡ଼ ପରଦାକୁ ଆସିବ। ରିଲିଜ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମରେ ୨୦୨୦ ଇଦ୍‌ ଅବସରରେ ଏହାକୁ ରିଲିଜ କରାଯିବାକୁ ଯୋଜନା ହୋଇଥିଲା। ହେଲେ ସିନେମା ହଲ୍‌ ବନ୍ଦ ରହିବା କାରଣରୁ ତାରିଖ ଆଗକୁ ବଢ଼ିଥିଲା। ଏବେ ଅପେକ୍ଷାର ଶେଷ ହେବାକୁ ଯାଉଛି ବୋଲି ଲାଗୁଛି।

ଫିଲ୍ମଟିକୁ କେବଳ ଯେ ସିନେମାହଲ୍‌ ତାହା ନୁହେଁ ବରଂ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ରିଲିଜ କରାଯିବ। ସୀମିତ ପ୍ରତିବନ୍ଧକୁ ଦେଖି ନିର୍ମାତାମାନେ ଏହାକୁ ଅନେକ ସ୍ଥାନରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାରା ବିଶ୍ୱର ସିନେମାହଲ୍‌ରେ ଏହାକୁ ରିଲିଜ କରାଯିବ। ଫଳରେ ଦର୍ଶକଙ୍କୁ ତାଙ୍କ ସୁବିଧା ମୁତାବକ ଫିଲ୍ମ ଦେଖିବାକୁ ବିକଳ୍ପ ମିଳିବ ବୋଲି କୁହାଯାଇଛି।
ତେବେ ଫିଲ୍ମର ଟ୍ରେଲର ଏପ୍ରିଲ ୨୨ରେ ରିଲିଜ କରାଯିବ। ଫିଲ୍ମରେ ଅନ୍ୟ ଭୂମିକାରେ ଦିଶା ପଟାନୀ, ରଣଦୀପ ହୁଡ୍ଡା ଏବଂ ଜ୍ୟାକି ଶ୍ରଫ୍‌ ପ୍ରମୁଖ ନଜର ଆସିବେ।

Share