ଟିକା ନେଲେ ସଲମାନ

ଦେଶରେ କରୋନା ପ୍ରକୋପ ଧୀରେ ଧୀରେ ବଢୁଛି। ଏହାକୁ ଦୃଷ୍ଟିରେ ରଖି ବଲିଉଡ୍‌ ଷ୍ଟାର୍‌ମାନେ କରୋନା ଟିକା ନେଉଥିବାର ନଜର ଆସିଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଦବଙ୍ଗ ଷ୍ଟାର ସଲମାନ ଖାନ। ସେ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ସଲ୍ଲୁ। ସେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ପହଞ୍ଚି ଟିକା ନେଇଥିଲେ। ସେ ଲୋକଙ୍କୁ ମାସ୍କ ଏବଂ ସାମାଜିକ ଦୂରତା ପାଳନ ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏହାପୂର୍ବରୁ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ କେରାନା ଟିକା ନେଇଥିଲେ।

Share