କାହିଁକି ଫିଲ୍ମରେ ସର୍ଟ ଖୋଲନ୍ତି ସଲମାନ୍‌, କହିଲେ ଏପରି କିଛି

ବଲିଉଡ୍‌ ଦବଙ୍ଗ ଖାନ୍‌ ଅର୍ଥାତ ସଲମାନ୍‌ଙ୍କୁ ପ୍ରାୟତଃ ସମସ୍ତେ ପସନ୍ଦ କରନ୍ତି। ତାଙ୍କର ଲମ୍ବା ଏବଂ ସଫଳ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି।
ଏଥିଲାଗି ଭାଇଜାନ୍‌ଙ୍କୁ ସମସ୍ତେ ଖୁବ୍‌ ପସନ୍ଦ କରନ୍ତି। ତେବେ ସେ ସର୍ବଦା ଗୋଟିଏ କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ତେବେ ପ୍ରାୟ ତାଙ୍କ ସବୁ ଫିଲ୍ମରେ ବିନା ସର୍ଟରେ ତାଙ୍କ ଶରୀର ଦେଖିବାକୁ ମିଳିଥାଏ। ଏଥିପାଇଁ ମଧ୍ୟ ସେ ବେଶ ଲୋକପ୍ରିୟ।
ତେବେ ଆପଣ ଜାଣିଛନ୍ତି କି, ଫିଲ୍ମରେ ସାର୍ଟଲେସ ହେବାର କାରଣ କ’ଣ? ତେବେ ଜାଣନ୍ତୁ ସେ ସମ୍ପର୍କରେ…
ସଲମାନ ତାଙ୍କ ଫିଲ୍ମ ‘ପ୍ୟାର କିୟା ତୋ ଡରନା କିୟା’ର ଏକ ଗୀତରେ ପ୍ରଥମ ଥର ପାଇଁ ସାର୍ଟ ଖୋଲିଥିଲେ। ପରେ, ସାର୍ଟଲେସ ହେବାର ଏହି ଧାରା ସାଧାରଣ ହୋଇଗଲା । ଏଭଳି ପରିସ୍ଥିତିରେ ପ୍ରଶଂସକଙ୍କ ମନରେ ଅନେକ ସମୟରେ ପ୍ରଶ୍ନ ଆସେ ଯେ ଫିଲ୍ମରେ ସର୍ଟ କାଢ଼ିବାର କାରଣ କ’ଣ?
କିଛି ଦିନ ପୂର୍ବରୁ ଦୁବାଇରେ ଆୟୋଜିତ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ପୁରସ୍କାର (ଆଇଆଇଏଫ୍‌ଏ) ସମାରୋହରେ ରିତେଶ ଦେଶମୁଖ ଏବଂ ମନୀଷ ପାଲ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ସଲମାନ ଖାନଙ୍କ ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ। ତାଙ୍କ ସର୍ଟଲେସ୍‌ ନେଇ ମଧ୍ୟ ଏକ ପ୍ରଶ୍ନ ପଚରା ଯାଇଥିଲା।
ତେବେ ଏହାର ଉତ୍ତରରେ ସଲମାନ ମନୀଷ ପାଲଙ୍କୁ ପଚାରିଥିଲେ ଯେ, ମନୀଷ, ଯଦି ତୁମର ମହଙ୍ଗା ଏବଂ ବିଳାସପୂର୍ଣ୍ଣ କାର ଅଛି, ତେବେ ତୁମେ ଏହାକୁ ଘୋଡାଇ ରଖିବ କି? ଏହା ଉତ୍ତରେ ମନୀଷ କହିଥିଲେ ଯେ ସେ ତାଙ୍କୁ ବହୁତ ଦେଖାଇବେ। ପରେ ସଲମାନ କହିଥିଲେ ଲୋକମାନେ ଯେପରି ବିଳାସପୂର୍ଣ୍ଣ କାର ଦେଖାନ୍ତି, ସେହିଭଳି ସେ ନିଜ ସିଦ୍ଧ ଶରୀର ଦେଖାଇବା ପାଇଁ ସାର୍ଟଲେସ ହୁଅନ୍ତି।

Share