ମୁମ୍ବାଇ: ରିଆଲିଟି ଶୋ’ରେ ବର୍ଷିଲେ ସଲମାନ ଖାନ୍। ପ୍ରତିଯୋଗୀ ଚାହତ ପାଣ୍ଡେଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସୃଷ୍ଟି ହେଲା ଝଡ଼। କିଛି ଏଭଳି ଘଟଣାକୁ ନେଇ ଚର୍ଚ୍ଚାରେ ‘ବିଗ୍ ବସ୍ ୧୮’। ଶନିବାର ଓ୍ବିକେଣ୍ଡ ଓ୍ବାର୍ ଏପିସୋଡ ପୂର୍ବରୁ ଏଭଳି ଟ୍ରେଲର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଚାହତଙ୍କ ସମର୍ଥକ ଶୋ’ ନିର୍ମାତାଙ୍କୁ ଟ୍ରୋଲ କରୁଛନ୍ତି।
ନିକଟରେ ଚାହତ ପାଣ୍ଡେଙ୍କ ମା’ ଶୋ’କୁ ଆସିଥିଲେ। ସେ ଅନ୍ୟତମ ମିଶ୍ରାଙ୍କୁ ‘ଲଡକିବାଜ୍’ କହିଥିଲେ। ଏପରିକି ଚାହତଙ୍କର କେହି ପ୍ରେମିକ ନାହାନ୍ତି ବୋଲି କହିଥିଲେ। ହେଲେ ଅବିନାଶ ପରେ ସେ ଘରୁ ଲୁଚାଇ ଜଣେ ବ୍ୟକ୍ତିଙ୍କୁ ଡେଟ୍ କରୁଥିବା କହିଥିଲେ। ଏବେ ନିର୍ମାତା ମଧ୍ୟ ତାଙ୍କ ସିକ୍ରେଟ୍ ଡେଟିଂ ଖବର ଉପରୁ ପରଦା ଉଠାଇଛନ୍ତି।
ସଲମାନ ଚାହତଙ୍କୁ କହିଥିଲେ, ତୁମ ମା’ କହିଥିଲେ ଯେ ଚାହତଙ୍କୁ ଏଭଳି ପୁଅ ପସନ୍ଦ ନୁହନ୍ତି, ଯିଏ ଯୁବତୀଙ୍କ ଆଗ ପଛରେ ବୁଲନ୍ତି। ଆପଣଙ୍କ ମା’ ଚରିତ୍ର ସାର୍ଟିଫିକେଟ୍ ଦେଇଥିଲେ। ଏହାପରେ ଆମ ଟିମ୍କୁ କିଛି ଲୋକଙ୍କ ଫୋନ ଆସିଥିଲା। ତୁମକୁ କିଛି ଦେଖାଉଛୁ। ଏହାପରେ ଏକ ଫଟୋ ନଜର ଆସିଥିଲା। ଏଥିରେ ସେ ଏକ କେକ୍ ସହ ପୋଜ୍ ଦେଉଥିବା ଦେଖାଯାଇଛି, ସେଥିରେ ‘୫ ବର୍ଷ ପୁରା ହୋଇଛି, ହାପି ଆନିଭର୍ସରୀ ମୋ ପ୍ରେମ’। ଏହି ଫଟୋ ଏବେ ଭାଇରାଲ ହେଉଛି।