ବମ୍ବେ: ଦେଶର ସବୁଠାରୁ ଧନୀ ସେଲିବ୍ରିଟି ମଧ୍ୟରୁ ସଲମାନ ଖାନ୍ ଜଣେ। କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ସେ। ତାଙ୍କୁ ୫୫ ବର୍ଷ ହୋଇଥିବା ବେଳେ ସେ ବିବାହ କରୁନାହାନ୍ତି। ଏଣୁ ତାଙ୍କ ପରେ ସମ୍ପତ୍ତି କ’ଣ ହେବ ସେ ନେଇ ପ୍ରଶ୍ନ ଉଠେ। ଏକ ସାକ୍ଷାତକାରରେ ସଲମାନ ତାର ଜବାବ ଦେଇଛନ୍ତି। ସେ କହିଛନ୍ତି, ମୁଁ ବିବାହ କରେ କି ନ କରେ, ମୋ ପରେ ସମ୍ପତ୍ତିର ଅଧା ଭାଗ ଟ୍ରଷ୍ଟ(ବିଙ୍ଗ ହ୍ୟୁମାନ)କୁ ଦାନ କରାଯିବ। ହଁ, ଯଦି ବିବାହ ନ କରେ ତେବେ ମୋଟ ସମ୍ପତ୍ତି ଟ୍ରଷ୍ଟ ନାମରେ ହୋଇଯିବ।
ଅଭିନେତାଙ୍କ କର୍ମଜୀବନ ଦେଖିଲେ ଏବେ ସେ ଫିଲ୍ମ ‘ଅନ୍ତିମ’ରେ ନଜର ଆସିବେ। ଏଥିରେ ସେ ପୋଲିସ ଅଫିସର ଭୂମିକା ତୁଲାଉଛନ୍ତି। ତାଙ୍କ ଛଡ଼ା ଭିଣୋଇ ତଥା ଅଭିନେତା ଆୟୁଷ ଶର୍ମା ମଧ୍ୟ ଏଥିରେ ଅଛନ୍ତି। ଏହା ବ୍ୟତିତ ସଲମାନ କଟ୍ରିନା କୈଫଙ୍କ ସହ ‘ଟାଇଗର’ର ତୃତୀୟ ଭାଗରେ ନଜର ଆସିବେ। ଫିଲ୍ମର ଶୁଟିଂ ରୁଷିଆରେ ଚାଲିଛି। ବିଗ୍ବସ୍ରେ ହୋଷ୍ଟ ଭାବେ ମଧ୍ୟ ସେ ନଜର ଆସୁଛନ୍ତି।