‘ଗଡ୍‌ଫାଦର’ର ଆୟ ଦେଖି ଚିରଞ୍ଜୀବୀଙ୍କୁ ଏମିତି ଏସ୍‌ଏମ୍‌ଏସ୍‌ କଲେ ଭାଇଜାନ

ମୁମ୍ବାଇ: ଫିଲ୍ମ ‘ଗଡ୍‌ଫାଦର’ରେ ଚିରଞ୍ଜୀବୀ ଏବଂ ସଲ୍‌ମାନ ଖାନଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଛି। ଏହି ଫିଲ୍ମ ଦଶହରାରେ ରିଲିଜ ହୋଇଛି। ପ୍ରଥମ ଦିନରେ ଫିଲ୍ମର ବକ୍ସ ଅଫିସରେ ଯଦିଓ ଭଲ କରି ପାରିନାହିଁ କିନ୍ତୁ ସଲମାନ ଏହି ଫିଲ୍ମକୁ ହିଟ୍‌ ବୋଲି କହିଛନ୍ତି। ଚିରଞ୍ଜୀବୀଙ୍କ ପାଇଁ ସଲମାନ ଏକ ସ୍ବତନ୍ତ୍ର ଏସ୍‌ଏମ୍‌ଏସ୍‌ ଶେୟାର କରିଛନ୍ତି। ଏଥିରେ ସେ ଚିରଞ୍ଜୀବୀ ‘ଚିରୁ ଗାରୁ’ଙ୍କୁ ଡାକି ଅନେକ ଶୁଭେଚ୍ଛା ଜଣାଇଛନ୍ତି।

ସଲମାନ ଫିଲ୍ମ ‘ଗଡ୍‌ଫାଦର’ ବିଷୟରେ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ସଲମାନ କହୁଛନ୍ତି, ‘ମୋର ପ୍ରିୟ ଚିରୁ ଗାରୁ (ଚିରଞ୍ଜୀବୀ), ମୁଁ ତୁମକୁ ଭଲ ପାଏ .. ଏବଂ ମୁଁ ଶୁଣିଲି ଯେ’ ଗଡ୍‌ଫାଦର ଆଶ୍ଚର୍ଯ୍ୟଜନକ କମାଲ କରୁଛି। ଏଥିପାଇଁ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଚିରୁ ଗାରୁ ଆପଣ ଜାଣନ୍ତି ଏହା କାହିଁକି? କାରଣ ଏହି ଦେଶ ଏବଂ ଏହି ଦେଶର ଲୋକଙ୍କର ବହୁତ ଶକ୍ତି ଅଛି … ବନ୍ଦେ ମାତରମ’

ସଲମାନଙ୍କ ଏହି ଭିଡିଓ ବାର୍ତ୍ତା ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ଏହି ଫିଲ୍ମ ବିଷୟରେ ଚର୍ଚ୍ଚା କରୁଛନ୍ତି। ଏଥି ସହିତ ସାଉଥ୍‌ଷ୍ଟାର ରାମଚରଣ ମଧ୍ୟ ସଲମାନଙ୍କ ଏହି ଭିଡିଓ ମେସେଜରେ ଖୁସିଥିବା ଦେଖିବାକୁ ମିଳିଛି। ସଲମାନଙ୍କ ଏହି ବାର୍ତ୍ତାରେ ହାତ ମିଳାଇବା ସହିତ ରାମଚରଣ ହଗ୍‌ ଏବଂ ହାର୍ଟ ଇମୋଜି ଦେଇଛନ୍ତି। ନିଜ ଷ୍ଟାଇଲ୍‌ରେ ସେ ସଲମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।  ଏହି ଫିଲ୍ମ ଆଗାମୀ ଦିନରେ ଭଲ ଆୟ କରିବ ବୋଲି ଆଶା କରାଯାଉଛି।

Share