ଦୁର୍ଘଟଣାର ଶିକାର ହେଲେ ଏହି ଅଭିନେତା

ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍‌ ବସ୍‌-୧୪’ର ପ୍ରତିଯୋଗୀ ରହିସାରିଥିବା ଅଭିନେତା ନିଶାନ୍ତ ସିଂହ ମଲଖାନ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ମୁମ୍ବାଇରୁ ଜେସଲମେର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମାତ୍ର ନିଶାନ୍ତ ସମ୍ପୂର୍ଣ୍ଣ ସୁରକ୍ଷୀତ ଅଛନ୍ତି, କିନ୍ତୁ ତାଙ୍କର ଗାଡ଼ି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି। ଏ ନେଇ ନିଜେ ନିଶାନ୍ତ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟକରି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଯେତେବେଳେ ସାରା ଦେଶ ନ୍ୟୁ ଇୟର ପାଳନ କରୁଥିଲା ଏହାର ମାତ୍ର ଏକ ମିନିଟ ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା। ମାତ୍ର ଏଥିରେ ଚିନ୍ତା କରିବାର କିଛି ନାହିଁ। ଭାଗବାନଙ୍କ ଆଶୀର୍ବାଦରୁ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ମାତ୍ର ମୋର ଗାଡ଼ି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ନିଶାନ୍ତ ଛୋଟ ପରଦାର ଅନେକ ଧାରାବାହିକରେ ମଧ୍ୟ କାମ କରିସାରିଛନ୍ତି।

Share