ରିଲିଜ ନ ହେଉଣୁ ୨୦୦ କୋଟି କମାଇଲା ସଲମାନଙ୍କ ‘ରାଧେ’

ବମ୍ବେ: ଇଦ୍‌ରେ ରିଲିଜ ହେବାକୁ ଯାଉଛି ବଲିଉଡ୍‌ ଦବଙ୍ଗ ଖାନ୍‌ଙ୍କ ଫିଲ୍ମ ‘ରାଧେ’। ସିନେମାଘର ସହ ଓଟିଟି ପ୍ଲାଟଫର୍ମରେ ଏହାକୁ ଦର୍ଶକେ ଦେଖିପାରିବେ। ଏଣୁ ସିନେମାଟି ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା। ଏବେ କଥାଟି ସତ ହେବା ପରି ମନେ ହେଉଛି। କାରଣ ରିଲିଜ ପୂର୍ବରୁ ୨୦୦ କୋଟି ଟଙ୍କା ରୋଜଗାର କରିଛି ଫିଲ୍ମ। ଜି ଷ୍ଟୁଡିଓ ଫିଲ୍ମର ସମସ୍ତ ରାଇଟ୍ସ କିଣିଛି। ଏଥିପାଇଁ କମ୍ପାନୀ ୨୩୫ କୋଟି ଟଙ୍କା ପୈଠ କରିଛି।

ମେ ୧୪ରେ ରିଲି ହେବ ରାଧେ। ସିନେମାହଲ୍‌ ସହ ଜି୫ରେ ଏହାର ପ୍ରିମିୟର ରଖାଯାଇଛି। ତେବେ କେବଳ ହଲ୍‌ରେ ରିଲିଜ ହେବା ପରେ ହିଁ ଦର୍ଶକେ ଏହାକୁ ଏଠାରେ ଦେଖିପାରିବେ। ଗୋଟିଏ ପଟେ ସଲମାନ୍‌ଙ୍କ ପ୍ରଶଂସକଙ୍କ ପାଇଁ ଏହା ଖୁସି ଖବର ବୋଲି କୁହାଯାଉଛି। ଉକ୍ତ ଦିନ ଜନ ଆବ୍ରାହମଙ୍କ ସତ୍ୟମେବ ଜୟତେ ୨ ରିିଲିଜ୍‌ ହେଉଥିଲେ ହେଁ ଫିଲ୍ମଟି ସବୁଠାରୁ ଭଲ ବ୍ୟବସାୟ କରିବ ବୋଲି ନିର୍ମାତା ଆଶା କରୁଛନ୍ତି।

Share