ମୋଦିଙ୍କ ଜନ ଆନ୍ଦୋଳନକୁ ସପୋର୍ଟ କଲେ ସଲମାନ

ମୁମ୍ବାଇ: ଅଗାମୀ ଦିନରେ ଆସୁଥିବା ପର୍ବପର୍ବାଣୀ, ଶୀତଋତୁ ଓ ଅର୍ଥ ବ୍ୟବସ୍ଥାକୁ ଦେଖି କରୋନା ବିରୋଧରେ ଏକ ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର ସେ ଟୁଇଟ୍ କରି ଦେଶବାସୀଙ୍କୁ କହିଛନ୍ତି ଯେ ପର୍ଯ୍ୟନ୍ତ କରୋନାର ଔଷଧ ଆସିନାହିଁ ସେ ପର୍ଯ୍ୟନ୍ତ କୌଣସି ଛାଡ ନାହିଁ । ତେବେ ମୋଦିଙ୍କ ଏହି ଜନ ଆନ୍ଦୋଳନକୁ ସପୋର୍ଟ କରିଛନ୍ତି ବଲିଉଡ୍ ସୁପରଷ୍ଟାର ସଲମାନ ଖାଁ । ସଲମାନ ଏହାପରେ ଟୁଇଟ୍ କରି କହିଛନ୍ତି, ଆମେ ୬ ଫୁଟର ବ୍ୟବଧାନ ରଖିବା ଅର୍ଥାତ୍ ସୋସିଆଲ ଡିଷ୍ଟାନସିଂ, ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାନିଟାଇଜ କରିବା । ପ୍ରଧାନମନ୍ତ୍ରୀ ମୋଦି କରୋନା ବିରୋଧରେ ଆରମ୍ଭ କରିଛନ୍ତି ଜନ ଆନ୍ଦୋଳନ ଆସନ୍ତୁ ଆମେ ସେଥିରେ ସାମିଲ ହେବା । ସଲମାନ ନିଜ ଟୁଇଟରେ ୟୁନାଇଟେଡ ଟୁ ଫାଇଟ କରୋନା ହାସ ଟ୍ୟାଗ ଦେଇଛନ୍ତି । ସଲମାନଙ୍କ ଏହି ଟୁଇଟକୁ ଲକ୍ଷ ଲକ୍ଷ ପ୍ରଶଂସକ ପସନ୍ଦ କରିଛନ୍ତି । ହଜାର ହଜାର ଲୋକେ ଏହାକୁ ରି ଟୁଇଟ୍ ବି କରିଛନ୍ତି । ସୂଚନାଯୋଗ୍ୟ, ମୋଦି ଗୁରୁବାର ଟୁଇଯ କରି ଲେଖିଥିଲେ, ୨ ଫୁଟର ଦୂରତା ରଖିବା, ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାନିଟାଇଜ କରିବା । ତା’ହେଲେ ଯାଇ ଆମେ କରୋନାକୁ ହରାଇ ପାରିବା ।

Share