ଡ୍ରଗ୍ସ ନିଅନ୍ତି ସଲମାନ ଖାନ୍‌: ବାବା ରାମଦେବ

ନୂଆଦିଲ୍ଲୀ,୧୮।୯: ଯୋଗ ଗୁରୁ ବାବା ରାମଦେବ ଏକ କାର୍ଯ୍ୟକ୍ରମରେ ନିଶା ମୁକ୍ତି ଭାରତ ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ସମୟରେ ସେ ବଲିଉଡର ଅଭିନେତା ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କୁ ଟାର୍ଗେଟରେ କରିଥିଲେ।
ସେ କହିଛନ୍ତି, ଯଦି ସମଗ୍ର ଦେଶ ନିଶା ମୁକ୍ତ ହୋଇଯାଏ, ତେବେ ମହର୍ଷି ଦୟାନନ୍ଦଙ୍କ ସ୍ବପ୍ନ ପୂରଣ ହେବ। ନିୟମ ଆଣିବା ଦ୍ୱାରା ଏହା ଘଟିବ ନାହିଁ। ଲୋକମାନଙ୍କୁ ନିଜ ପାଇଁ ଚିନ୍ତା କରିବାକୁ ପଡ଼ିବ। ନିକଟରେ ଶାହାରୁଖ ଖାନଙ୍କ ପୁଅ ଡ୍ରଗ୍ସ ଖାଇବା ପରେ ଜେଲକୁ ଆସିଛନ୍ତି। ସଲମାନ ଖାନ, ଅମିର ଖାନ ଏବଂ ଆହୁରି ଅନେକ ଲୋକ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ନିଅନ୍ତି। ନିର୍ବାଚନ ସମୟରେ ମଦ ମଧ୍ୟ ବଣ୍ଟନ କରାଯାଏ। ନିଶା ନିବାରଣ ପାଇଁ ସେ ଏକ ଆନ୍ଦୋଳନ ଚଳାଇବେ ବୋଲି କହିଛନ୍ତି।

Share