ମୁମ୍ବାଇ: ଭାଇଜାନ ସଲମାନ ଖାନ୍ ଦୀର୍ଘ ୧୭ ବର୍ଷ ପରେ ଅଭିନେତା ଅନୀଲ କପୁର ଏବଂ ଫର୍ଦ୍ଦିନ ଖାନ୍ଙ୍କ ସହ ସ୍କ୍ରିନ୍ ସ୍ପେସ୍ ଶେୟାର କରିବାକୁ ଯାଉଛନ୍ତି। ଏହି ସମସ୍ତ ଷ୍ଟାର୍ଙ୍କୁ ପୁଣି ଥରେ ‘ନୋ ଏଣ୍ଟ୍ରି’ର ସିକ୍ୱେଲରେ ଦେଖିବାକୁ ମିଳିବ। ୨୦୦୫ରେ ଫିଲ୍ମ ‘ନୋ ଏଣ୍ଟ୍ରି’ ଏକ ବ୍ଲକବଷ୍ଟର ଥିଲା। ଏବେ ସଲମାନ ଏହାର ସିକ୍ୱେଲ ଘୋଷଣା କରି ତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରିଛନ୍ତି।
ନିକଟରେ କିଚା ସୁଦୀପ ଏବଂ ଜ୍ୟାକଲିନ ଫର୍ନାଡିସ୍ଙ୍କ ଅଭିନୀତ ‘ବିକ୍ରାନ୍ତ ରୋନା’ର ଇଭେଣ୍ଟରେ ସଲମାନ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରି କହିଥିଲେ, ସେ ଖୁବ୍ଶୀଘ୍ର’ ନୋ ଏଣ୍ଟ୍ରି-୨ ’ପାଇଁ ଶୁଟିଂ ଆରମ୍ଭ କରିବେ। ସଲମାନ ନିର୍ଦ୍ଦେଶକ ଅନୀଷ ବାଜ୍ମୀଙ୍କୁ ସୂଚାଇ କହିଛନ୍ତି, ‘ଏଠାରେ ଏଭଳି ନିର୍ଦ୍ଦେଶକମାନେ ବସିଛନ୍ତି .. ସେହି ବ୍ୟକ୍ତି ୧୦୦-୧୦୦ କୋଟି ହିଟ୍ ଦେଉଛନ୍ତି। ତାହା ବି କମେଡିରେ। ଆସନ୍ତାକାଲି ମଧ୍ୟ ‘ନୋ ଏଣ୍ଟ୍ରି’ ୩୦୦ କୋଟି ଦେବ।