ଭାଇଜାନ୍‌ ହେଲେ ଟ୍ରୋଲ୍‌ : ଆଉ କାହା ପାଇଁ ନୁହେଁ ରାଖୀ ସାଓ୍ବନ୍ତଙ୍କ ଲାଗି

କିଛି ସପ୍ତାହ ପୂର୍ବରୁ ରାକ୍ଷୀ ବିଗ୍‌ ବସ୍‌ରେ ରୁବିନା ଦିଲାଇକ୍‌ଙ୍କ ସ୍ବାମୀ ତଥା ଅଭିନେତା ଅଭିନବ ଶୁକ୍ଳାଙ୍କ ସହ ପ୍ରେମ ଆରମ୍ଭ କରିଥିଲେ। ଯାହାକୁ ଅଭିନବ ଏବଂ ରୁବିନା ପସନ୍ଦ କରନ୍ତି ନାହିଁ। ନିକଟରେ ଅଭିନବ ରାଖୀଙ୍କ ଉପରେ ଏତେ ରାଗିଯାଇଥିଲେ ଯେ, ଅଭିନବ କାନ୍ଦି ଘରକୁ ଯିବାକୁ କହିିଥିଲେ। ଏଥିସହିତ ସଲମାନ ତାଙ୍କୁ ମନାଇବା ପରିବର୍ତ୍ତେ ରାଖୀଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

ଏସବୁ ପରେ ସଲମାନ ଟ୍ରୋଲର ଟାର୍ଗେଟରେ ଆସିଛନ୍ତି। ଅନେକ ଟିଭି ଷ୍ଟାରଙ୍କ ସମେତ ବିଗ୍‌ବସ ପ୍ରତିଯୋଗୀମାନେ ମଧ୍ୟ ରାଖୀଙ୍କୁ ସମର୍ଥନ କରବା ଯୋଗୁ ସଲମାନଙ୍କ ଉପରେ କ୍ରୋଧିତ ହୋଇଛନ୍ତି। ଶ୍ରୀଷ୍ଟି ରୋଡେ ଠାରୁ ରାହୁଲ ମହାଜନ ପର୍ଯ୍ୟନ୍ତ ଅନେକ ଷ୍ଟାର୍‌ ସଲମାନଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି। ଯେଉଁଥିରେ ସେ ଅଭିନବଙ୍କୁ କହିଥିଲେ ଯେ, ରାଖୀ ହେଉଛନ୍ତି ଶୋ’ର ସବୁଠୁ ବଡ଼ ମନୋରଞ୍ଜନକାରୀ ଏବଂ ସେ ଯାହା କରୁଛନ୍ତି, ଅଭିନବ ଏଥିରୁ ଉପକୃତ ହେଉଛନ୍ତି।’ ଅନେକ ଟିଭି ଷ୍ଟାର କହିଛନ୍ତି ଯେ,ସଲମାନ ରାଖୀଙ୍କୁ ଠିକ୍‌ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି।

Share