ରାତି ଅଧରେ ‘ମନତ୍‌’ରେ ପହଞ୍ଚିଲେ ସଲମାନ

ମୁମ୍ବାଇ ,୩।୧୦: ଡ୍ରଗ୍ସ ମାମଲାରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ ଗିରଫ ହେବା ଖବର ବଲିଉଡ୍‌ରେ ହଇଚଇ ସୃଷ୍ଟି କରିଛି। ରବିବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ୟାଣ୍ଡଷ୍ଟାଣ୍ଡ ସ୍ଥିତ ଶାହରୁଖଙ୍କ ଘର ‘ମନତ୍‌’ରେ ପହଞ୍ଚି ଥିଲେ ସଲମାନ ଖାନ୍‌। ରାତି ପ୍ରାୟ ୧୧ଟାରେ ସଲମାନଙ୍କ ଗାଡି ମନତ୍‌ ଆସିଥିଲା। ତାଙ୍କ ଲାଣ୍ଡରୋଭର କାରକୁ ବାଟ ଛାଡିବା ପାଇଁ ଗାଡି ଆଗରେ ବସିଥିବା ସଲମାନ ଗଣମାଧ୍ୟମ ବ୍ୟକ୍ତିଙ୍କୁ ନିବେଦନ କରିଥିଲେ।

ଉଲ୍ଳେଖ ଥାଉକି, ଆର୍ଯ୍ୟନଙ୍କ ସହ ଅରବାଜ୍‌ ସେଟ ମରଚାଣ୍ଟ ଓ ମୁନମୁନ ଧାମେଚାଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ୪ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ନର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)।

Share