Video: ଦୁବାଇରେ ଏକାଠି ନଜର ଆସିଲେ କ୍ରିଷ୍ଟିଆନ ରୋନାଲଡୋ ଏବଂ ସଲମାନ ଖାନ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ,୨୯।୧୦: ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସଲମାନ ଖାନ ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲଡୋଙ୍କ ସହିତ ନଜର ଆସୁଛନ୍ତି।

ନିକଟରେ ସାଉଦୀ ଆରବରେ ଟାଇସନ ଫ୍ୟୁରୀ ଏବଂ ଫ୍ରାନ୍ସିସ ନଗନୌଙ୍କ ମଧ୍ୟରେ ଏମଏମଏ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଯେଉଁଠି ବିଶ୍ୱର ବିଭିନ୍ନ କ୍ଷେତ୍ରର ଅନେକ ବଡ ବଡ଼ ତାରକା ମାନଙ୍କୁ ଦେଖିବାକୁ ମିଳିଥିଲା। ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଠି ସଲମାନ ଖାନଙ୍କ ପାଖରେ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ତାଙ୍କର ପ୍ରେମିକା ଜର୍ଜିନା ରୋଡ୍ରିଗ୍ଜ ବସିଥିବା ନଜର ଆସିଥିଲେ।

ତେବେ ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆରେ ଆଲୋଚନା ବଢିଯାଇଛି। ଦୁହିଁଙ୍କୁ ଏକାଠି ଦେଖି ପ୍ରଶଂସକମାନେ ଖୁସି ବ୍ୟକ୍ତ କରିଛନ୍ତି। କିଛି ଲୋକେ ଏପରି ମଧ୍ୟ କହିଥିଲେ କି ଗୋଟିଏ ଫ୍ରେମରେ ଦୁଇ ମହାନ ବ୍ୟକ୍ତି ବିଶେଷ ନଜର ଆସିଛନ୍ତି।

ଆଗକୁ ସଲମାନଙ୍କ ଫିଲ୍ମ ଟାଇଗର-3 ଯାଉଛି, ଯେଉଁଥିପାଇଁ ସଲମାନ ପ୍ରମୋସନ କରିବା ଆରମ୍ଭ କରି ଦେଇଛନ୍ତି। ନିକଟରେ ଫିଲ୍ମର ଟ୍ରେଲର ଲଞ୍ଚ ହୋଇଥିଲା। ଯାହାକୁ ପ୍ରଶଂସକମାନେ ପଜିଟିଭ ରେସ୍ପିରେନ୍ସ ଦେଇଥିଲେ।

 

Share