ଶେହନାଜ ପାଲଟିଲେ ଖାସ୍‌ ଅତିଥି, ହାତ ଧରି…

ବମ୍ବେ: ‘ବିଗ୍‌ବସ୍‌’ରୁ ଦବଙ୍ଗ ଖାନ୍‌ ସଲମାନଙ୍କ ସହ ଚୁଲ୍‌ବୁଲୀ ଶେହନାଜ ଗିଲଙ୍କ ଖାସ୍‌ ସମ୍ପର୍କ ରହିଆସିଛି। ଅନେକ ସମୟରେ ତାର ଝଲକ ଦର୍ଶକଙ୍କୁ ଭାବବିହ୍ବଳ କରେ। ଶେହନାଜଙ୍କ ପିଲାଙ୍କ ଭଳି ବ୍ୟବହାର ସାଙ୍ଗକୁ ନିଜକୁ ‘ପଞ୍ଜାବର କଟ୍ରିନା କୈଫ୍‌’ କହିବା ଶୈଳୀ ସଲମାନଙ୍କୁ ବେଶ ପସନ୍ଦ ଆସିଥିଲା। ସେବେଠାରୁ ଏବେଯାଏ ସମ୍ପର୍କର ପରିସୀମା ବଢ଼ିଛି ପଛେ କମି ନାହିଁ।

ଗତ ବର୍ଷ କଥିତ ପ୍ରେମିକ ସିର୍ଦ୍ଧାର୍ଥ ଶୁକ୍ଳାଙ୍କୁ ହରାଇଥିଲେ ଶେହନାଜ। ଏଥିଲାଗି ସେ ଭାଙ୍ଗି ପଡ଼ିଥିଲେ। ସେତେବେଳେ ସଲମାନ ହିଁ ଶେହନାଜଙ୍କୁ ସାନ୍ବନା ଦେଇ ମନୋବଳ ଦୃଢ଼ କରିବାକୁ କହିଥିଲେ। ଏହାକୁ ଅନେକ ଦିନ ବିତିଯାଇଥିବା ବେଳେ ଶେହନାଜ ପୁଣିଥରେ ସ୍ବାଭାବିକ ଅବସ୍ଥାକୁ ଫେରୁଥିବା ଦେଖାଯାଇଛି। ମଙ୍ଗଳବାର ସଲମାନଙ୍କ ଭଉଣୀ ଅର୍ପିତାଙ୍କ ଇଦ୍‌ ପାର୍ଟିରେ ତାଙ୍କୁ ଦେଖିବାକୁ ମିଳିଛି। ସେ ସେଠାରେ ଉପସ୍ଥିତ କ୍ୟାମେରାମ୍ୟାନଙ୍କୁ ପୋଜ୍‌ ଦେବା ସହ ସଲମାନଙ୍କଠାରୁ ସ୍ନେହର ସହକାରେ ବିଦାୟ ନେଉଥିବା ବେଳର ଅନେକ ଫଟୋ ଓ ଭିଡିଓ ଭାଇରାଲ ହେଉଛି। ଏହା ଶେହନାଜଙ୍କ ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି।

ଅର୍ପିତାଙ୍କ ପାର୍ଟିରେ ସଲମାନଙ୍କ ସ୍ବତନ୍ତ୍ର ଅତିଥି ସାଜିଥିଲେ ଶେହନାଜ। ସଲମାନଙ୍କ ତାଙ୍କ ପଛରେ ଛାଇ ଭଳି ରହି ସବୁ କଥା ବୁଝିଥିଲେ। ପାର୍ଟି ଶେଷରେ ଶେହନାଜଙ୍କୁ ସେ ଗାଡ଼ି ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇଥିଲେ। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ:

Share