କରନ ଜୋହରଙ୍କ ମୁଭିରେ ନଜର ଆସିବେ ସଲମାନ!

ମୁମ୍ବାଇ: ବଲିଉଡ ମୁଭି ‘କିସି କା ଭାଇ କିସି କି ଜାନ’କୁ ନେଇ ଚର୍ଚ୍ଚାରେ ଥିବା ଅଭିନେତା ସଲମାନ ଖାଁ ତାଙ୍କ ଆଗାମୀ ପ୍ରୋଜେକ୍ଟକୁ ନେଇ ପୁଣି ଚର୍ଚ୍ଚାକୁ ଆସିଲେଣି। ଏମିତି ଏକ ଖବର ଶୁଣି ତାଙ୍କ ପ୍ରଶଂସକ ଉତ୍ସାହିତ ହୋଇପାରନ୍ତି। ୨୫ ବର୍ଷ ପରେ ଏବେ ପୁଣିଥରେ ସଲମାନ ଖାଁ ଓ କରଣ ଜୋହର ଏକାଠି କାମ କରିପାରନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ମୁଭି ୨୦୨୪ ଇଦରେ ରିଲିଜ ହୋଇପାରେ।
ବଲିଉଡ ଫିଲ୍ମ ନିର୍ମାତା କରଣ ଜୋହର, ସଲମାନ ଖାଁଙ୍କୁ ନେଇ ଫିଲ୍ମ ନିର୍ମାଣ କରିପାରନ୍ତି। ଚର୍ଚ୍ଚା ହେଉଛି କି ସଲମାନ ଖାଁ, କରନ ଜୋହରଙ୍କ ଧର୍ମା ପ୍ରଡକସନ ସହ ଫିଲ୍ମ କରିବାକୁ ଯୋଜନା କରୁଛନ୍ତି। ଉଭୟ ଏକ ବିଗ ବଜେଟ ମୁଭି ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହାକୁ ୨୦୨୪ ଇଦ ସମୟରେ ରିଲିଜ କରାଯିବ। ଯଦି ଏମିତି ହେଲା ତେବେ ଉଭୟ ପ୍ରାୟ ୨୫ ବର୍ଷ ପରେ ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି।
ସୂଚନାଯୋଗ୍ୟ, କରନ ଜୋହର ସଲମାନଙ୍କୁ ନେଇ ୧୯୯୮ରେ ମୁଭି ‘କୁଛ କୁଛ ହୋତା ହୈ’ ନିର୍ମାଣ କରିଥିଲେ। ଏବେ ସଲମାନଙ୍କ ଅଭିନୀତ ମୁଭି ‘କିସି କା ଭାଇ କିସି କି ଜାନ’ ଶୁକ୍ରବାର ରିଲିଜ ହୋଇଯାଇଛି। ଏହାପରୋ ସଲମାନଙ୍କ ମୁଭି ଟାଇଗର ୩ ରିଲିଜ ହେବ।

Share