ଚଳିତ ବର୍ଷ ଜନ୍ମଦିନ ପାଳିବେନି ସଲମାନ

ମୁମ୍ବାଇ,୧୭।୧୨-ବଲିଉଡ ସୁପରଷ୍ଟାର ସଲମାନ ଖାନ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ। ପ୍ରତିବର୍ଷ ଡିସେମ୍ବର ୨୭ ରେ ସଲମାନ ଜନ୍ମଦିନ ପାଳନ କରନ୍ତି। ଏହି ଅବସରରେ ତାଙ୍କ ଫାର୍ମ ହାଉସରେ ପାର୍ଟି ଆୟୋଜିତ ହୋଇଥାଏ। ବହୁ ବଲିଉଡ କଳାକାରଙ୍କ ସମେତ ନାମୀଦାମୀ ଲୋକ ଏଥିରେ ସାମିଲ ହୋଇଥାନ୍ତି। ତେବେ ଚଳିତ ବର୍ଷ ଫିଲ୍ମ ସୁଟିଂ ଉପରେ ସଲମାନ ଅଧିକ ଧ୍ୟାନ ଦେବେ। ଏହି ସମୟରେ ସେ ସୁଟିଂରେ ବ୍ୟସ୍ତ ଥିବାରୁ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ କରିପାରିବେ ନାହିଁ ବୋଲି ଏକ ରିପୋର୍ଟରୁ ଜଣାପଡିଛି।

Share