ବିବାହ କରିବାକୁ ଚାହୁଁଛନ୍ତି ସଲମାନ୍‌: ହେଲେ…

ବଲିଉଡର ପ୍ରସିଦ୍ଧ ଅଭିନେତା ତଥା ଦବଙ୍ଗ ଖାନ ନାମରେ ଜଣାଶୁଣା ସଲମାନ ଖାନ ଆଜିକାଲି ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମ ‘ମୈନେ ପ୍ୟାର କିୟା’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ପ୍ରଥମ ଫିଲ୍ମରୁ ହିଁ ସେ ଜଣେ ପ୍ରସିଦ୍ଧ ଅଭିନେତା ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ। ତେବେ ସଲ୍ଲୁ ନିଜ ବିବାହ ବିଷୟରେ କାହାସହ କଥାବାର୍ତ୍ତା କରିବାକୁ ଚାହାଁନ୍ତି ନାହିଁ । ତାଙ୍କ ନାମ ଅନେକ ବଡ ଅଭିନେତ୍ରୀଙ୍କ ସହ ଯୋଡା ଯାଇଛି। କିନ୍ତୁ ସେ ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି।
୧୯୯୦ ମସିହାରେ ସଲମାନ ଏକ ସାକ୍ଷାତକାରରେ କହିଥିଲେ ଯେ, ମୋତେ ଏପରି ଏକ ଝିଅ ଦରକାର ଯାହାର ଗୁଣ ମୋ ସହ ମେଳ ଖାଉଥିବ। ସଲ୍ଲୁ ବିବାହକୁ ନେଇ ଖୋଲାଖୋଲି ଭାବେ କେବେ କିଛି କହି ନ ଥାନ୍ତି। ସେ ସବୁବେଳେ କୁହନ୍ତି ଭାଗ୍ୟରେ ଯାହା ଲେଖାଯିବ, ତାହା ହିଁ ହେବ।

Share