ଭାଇଜାନଙ୍କ ବଡି ଗାର୍ଡ କହିଲେ ଏମିତି କଥା

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସହ ତାଙ୍କ ବଡି ଗାର୍ଡ ଶେରା ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ଭାଇଜାନଙ୍କ ସହ ଶେରାଙ୍କ ସମ୍ପର୍କ ବହୁ ପୁରୁଣା। ୨୫ ବର୍ଷ ଧରି ଶେରା ଛାଇ ପରି ତାଙ୍କ ପଛେ ପଛେ ରହିଛନ୍ତି। ସଲମାନଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ବଡି ଗାର୍ଡ ଙ୍କ ବିଷୟରେ ଜାଣିବାକୁ ଇଚ୍ଛା କରନ୍ତି। ବର୍ତ୍ତମାନ ଶେରା ସଲମାନ ଖାନଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ବିଷୟରେ କହିଛନ୍ତି ।

ଶେରା ଏକ ସାକ୍ଷାତକାରରେ କହିଛନ୍ତି, ସଲମାନଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ କେଉଁଠାରେ, କେବେ ଏବଂ କିପରି ହୋଇଥିଲା । ଏକ ୟୁଟ୍ୟୁବ୍‌ ଚ୍ୟାନେଲ ସହ ବାର୍ତ୍ତାଳାପରେ ଶେରା ସଲମାନଙ୍କ ସହ ହୋଇଥିବା ସାକ୍ଷାତ ବିଷୟରେ କହିଛନ୍ତି, ଯେତେବେଳେ ମୁଁ ୱିଗଫିଲ୍ଡର ଶୋ ପାଇଁ ସୁରକ୍ଷା ତଦାରଖ କରୁଥିଲି ସେତେବେଳେ ଆମେ ପ୍ରଥମ ଥର ପାଇଁ ସାକ୍ଷାତ କରିଥିଲୁ। ଭାରତ ଆସିବା ପରେ ମୁଁ ସଲମାନଙ୍କୁ ପୁଣି ଭେଟିଥିଲି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଚଣ୍ଡିଗଡ଼ରେ ସଲମାନ ଖାନଙ୍କ ପାଇଁ ପ୍ରଥମ ଥର କାମ କରିଥିଲି ଏବଂ ସେବେଠାରୁ ତାଙ୍କ ପାଇଁ କାମ କରିଆସୁଛି।

Share