ସଲମାନଙ୍କ ଓକିଲଙ୍କୁ ହତ୍ୟା ଧମକ

ବଲିଉଡ ଅଭିନେତା ସଲମାନ ଖାନଙ୍କ ପରେ ଏବେ ତାଙ୍କ ଓକିଲ ହସ୍ତିମାଲ ସାରସ୍ବତଙ୍କୁ ହତ୍ୟା ଧମକ ଦିଆଯାଇଛି। ଏକ ଚିଠି ମାଧ୍ୟମରେ ଏହି ଧମକ ମିଳିଛି। ପୋଲିସ ତଦନ୍ତ ଆରମ୍ଭ କରିଛି। ଏହା ସହିତ ସାରସ୍ବତଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ସଲମାନଙ୍କ ଓକିଲଙ୍କୁ ଧମକ ମିଳିଥିବା ଜଣାପଡିଛି।
ଚିଠିରେ କୁହାଯାଇଛି ଯେ, ଓକିଲଙ୍କ ଭାଗ୍ୟ ମଧ୍ୟ ସିଦ୍ଧୁ ମୂସେୱାଲାଙ୍କ ଭଳି ହେବ। ଏହା ସହିତ, ଚିଠିରେ ଜିବି ଏବଂ ଏଲ୍‌ବି ମଧ୍ୟ ଲେଖାଯାଇଛି। ଏଗୁଡ଼ିକ ହେଉଛି ଗୋଲ୍ଡି ବରାର ଏବଂ ଲରେନ୍ସ ବିଷ୍ଣୋଇ ସାଙ୍କେତିକ ନାମ।
ସଲମାନଙ୍କ ଓକିଲ ଯୋଧପୁରରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ଏ ସମ୍ପର୍କରେ ନୋଟିସ ଆସିବା ପରେ ପୂର୍ବ ଯୋଧପୁରର ଏଡିସିପି ନାଜିମ ଅଲି କହିଛନ୍ତି ଯେ, ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Share