ବଲିଉଡ୍‌ରେ ଡେବ୍ୟୁ କରିବେ ସଲମାନଙ୍କ ଭାଣିଜୀ

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବେ ଦବଙ୍ଗ ଖାଁ ସଲମାନଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ। ଏଥିଲାଗି ସେ ନିର୍ଦ୍ଦେଶକ ବିକାଶ ବହଲଙ୍କ ଫିଲ୍ମକୁ ବାଛିଛନ୍ତି। ଫିଲ୍ମଟି ଏକ ଫ୍ରେଞ୍ଚ ଚଳଚ୍ଚିତ୍ରର ରିମେକ୍‌ ହେବ। ବିକାଶ ଫିଲ୍ମର ସ୍କ୍ରିପ୍ଟ ପୂରଣ କରିସାରିଥିବା ବେଳେ ଆସନ୍ତା ବର୍ଷରୁ ଏହାର ଶୁଟିଂ ଆରମ୍ଭ ହେବ।

ରିପୋର୍ଟ ମୁତାବକ, ୨୦୧୪ରେ ଆସିଥିବା ଫ୍ରେଞ୍ଚ-ବେଲଜିନ୍‌ ଫିଲ୍ମ ‘ଲା ଫାମିଲି ବେଲିୟର’ର ହିନ୍ଦୀ ରିମେକ କରିବେ ବିକାଶ। ଏହା କ କମେଡି ଡ୍ରାମା ଫିଲ୍ମ। ଦୀର୍ଘ ୬ ବର୍ଷ ଧରି ବିକାଶ ଫିଲ୍ମ ଲାଗି ପ୍ରସ୍ତୁତି କରି ଆସୁଥିଲେ। ଏବେ ସେ ସେଥିରେ କିଛି ପରିବର୍ତ୍ତନ କରିଛନ୍ତି। ଶୁଣି ପାରୁ ନ ଥିବା ଏକ ପରିବାରରେ ଏକମାତ୍ର ଶୁଣିପାରୁଥିବା ୧୬ ବର୍ଷୀୟା ଯୁବତୀ ଚରିତ୍ରରେ ଅଲିଜେହ ନଜର ଆସିବେ।

ଅଲିଜେହ ଏବେ ୨୨ ବର୍ଷର। ସେ ସଲମାନଙ୍କ ବଡ ଭଉଣୀ ଅଲବୀରା ଏବଂ ଅତୁଲ ଅଗ୍ନିହୋତ୍ରୀଙ୍କ ଝିଅ। ଅତୁଲ ମଧ୍ୟ ବଲିଉଡରେ ଲୋକପ୍ରିୟ ଅଭିନେତା ଭାବେ ଜଣାଶୁଣା। ଅଲବୀରା ଜଣେ ଫିଲ୍ମ ପ୍ରଯୋଜକ ସହ ଫ୍ୟାଶନ ଡିଜାଇନର ମଧ୍ୟ। ଏଭଳି ସ୍ଥିତିରେ ଅଲିଜେହଙ୍କ ବଲିଉଡ୍‌ରେ ପାଦ ରଖିବାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି।

Share