ଚର୍ଚ୍ଚାରେ ସଲମାନଙ୍କ ଭାଣିଜୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାର୍‌ କିଡ୍‌ମାନେ କୌଣସି ବଡ଼ ଷ୍ଟାରଙ୍କଠାରୁ କମ୍‌ ନୁହନ୍ତି। ଏହି ଷ୍ଟାର୍‌ କିଡ୍‌ମାନେ ପ୍ରାୟତଃ ଫିଲ୍ମରେ ନିଜର କ୍ୟାରିୟର କରନ୍ତି ଏବଂ ଫିଲକୁ ଆସିବା ପୂର୍ବରୁ ବି ଲୁକ୍‌ ଆଉ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ସଲମାନଙ୍କ ଭାଣିଜୀ ଅଲିଜେ ଅଗ୍ନିହୋତ୍ରୀ ମଧ୍ୟ ତାଙ୍କ ଲୁକ୍‌ ଏବଂ ଷ୍ଟାଇଲ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ। ଅଲିଜେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ୍‌। ଇନ୍‌ଷ୍ଟାଗ୍ରାମରେ ତାଙ୍କର ବହୁତ ସୁନ୍ଦର ସୁନ୍ଦର ଫଟୋ ରହିଛି। ତାଙ୍କ ପ୍ରୋଫାଇଲ ଦେଖି ପ୍ରଶଂସକମାନେ ଆଶା କରନ୍ତି ଅଲିଜେ ମଧ୍ୟ ଫିଲ୍ମରେ ଡେବ୍ୟୁ କରିବେ। ଅଲିଜେଙ୍କ ଏକ ବିଜ୍ଞାପନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ ଏକ ଅଳଙ୍କାର ବ୍ରାଣ୍ଡ ପାଇଁ ବିଜ୍ଞାପନଟି କରିଛନ୍ତି। ଏଥିରେ ତାଙ୍କର ଲୁକ୍‌ ଏବଂ ଷ୍ଟାଇଲ୍‌କୁ ଦେଖି ପ୍ରଂଶସକ ଧରି ନେଇଛନ୍ତି, ସେ ଖୁବ୍‌ଶୀଘ୍ର ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭ କରିବେ।

ଅଲିଜେ ମାମୁ ସଲମାନଙ୍କ ସହ ଅନେକ ଇଭେଣ୍ଟରେ ନଜର ଆସିଛନ୍ତି। ଅଲିଜେ ସଲମାନଙ୍କ ଭଉଣୀ ଅଲଭିରା ଏବଂ ଅତୁଲ ଅଗ୍ନିହୋତ୍ରୀଙ୍କ ଝିଅ। ଅଲିଜା ତାଙ୍କ ଆଈଙ୍କ ସହ ବି ସୋସିଆଲ ମିଡିଆରେ ଫଟୋ ଶେୟାର କରିଥାନ୍ତି।
ଅଲିଜେ ତାଙ୍କ ଓ୍ବାର୍କଆଉଟ୍‌ର ଫଟୋ ବି ସୋସିଆଲ ମିଡିଆରେ ଶେୟାର କରନ୍ତି। ଯାହାକୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଥାନ୍ତି।

Share