ସଲମାନ ଖାନଙ୍କ ନାଁରେ କାଷ୍ଟିଂ ସ୍କାମ, ପ୍ରଡକ୍ସନ କମ୍ପାନୀ ଜାରି କଲା ନୋଟିସ

ମୁମ୍ବାଇ: ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ପ୍ରଡକ୍ସନ କମ୍ପାନୀ କାଷ୍ଟିଂରେ ଜାଲିଆତି ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ସଲମାନ ଖାନଙ୍କ ନାମରେ କୌଣସି ଫିଲ୍ମ ପାଇଁ କାଷ୍ଟିଂ କରିବାକୁ କମ୍ପାନୀ ସ୍ପଷ୍ଟ ଭାବେ ମନା କରି ଦେଇଛି। ଏହା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଛି।

ଗତ ବର୍ଷ ସଲ୍ଲୁଙ୍କ ନାମରେ କାଷ୍ଟିଂକୁ ନେଇ ଏକ ଠକେଇ ହୋଇଥିଲା। ସେହିଭଳି ପୁନର୍ବାର ଏକ ମାମଲା ଦେଖିବାକୁ ମିଳିଛି । ଯେଉଁଥିପାଇଁ ପ୍ରଡକ୍ସନ ହାଉସକୁ ନୋଟିସ ଜାରି
କରିିଛି। ପ୍ରଡକ୍ସନ ହାଉସ ଏକ ବିବୃତ୍ତି ଜାରି କରି କହିଛି, ୨୦୧୧ରେ ସଲମାନ ଖାନ ନିଜର ପ୍ରଡକ୍ସନ ହାଉସ ଖୋଲିଥିଲେ, ଯାହାର ନାମ ସଲମାନ ଖାନ ଫିଲ୍ମସ (SKF) ଥିଲା। ବର୍ତ୍ତମାନ ଏହି ପ୍ରଡକ୍ସନ ନାମରେ ପୁଣି ଏକ ଠକେଇ ମାମଲା ସାମ୍ନାକୁ ଆସିଛି।

ଏହା ସ୍ପଷ୍ଟ କରିବା ଜରୁରୀ ଯେ ସଲମାନ କିମ୍ବା ସଲମାନ ଖାନ ଫିଲ୍ମ ଏପର୍ଯ୍ୟନ୍ତ କୌଣସି ଫିଲ୍ମ ପାଇଁ କାଷ୍ଟିଂ କରିନାହାଁନ୍ତି। ଭବିଷ୍ୟତରେ କୌଣସି ଫିଲ୍ମ ପାଇଁ ଆମ ଦ୍ୱାରା କୌଣସି କାଷ୍ଟିଂ ଏଜେଣ୍ଟଙ୍କୁ ନିଯୁୁକ୍ତି ଦିଆଯାଇ ନାହିଁ। ଯଦି କେହି ଅନଧିକୃତ ଢଙ୍ଗରେ ସଲମାନ ଖାନ କିମ୍ବା ଏସ.କେ.ଏଫ ନାମ ବ୍ୟବହାର କରିଛନ୍ତି ତେବେ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମ୍ପାନୀ କହିଛି।

Share