Categories: ଜାତୀୟ

ୟୁନିଫର୍ମ ସିଭିଲ କୋଡକୁ ନେଇ ପ୍ରଶ୍ନ ଉଠାଇଲେ ସଲମାନ ଖୁର୍ସିଦ

ନୂଆଦିଲ୍ଲୀ,୨୮।୬: ଗତ କିଛିଦିନ ହେବ ଦେଶରେ ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି)କୁ ନେଇ ଲଗାତାର ଚର୍ଚ୍ଚା ହେଉଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଥିଲେ କି ଗୋଟିଏ ଘରେ ଦୁଇଟି ନିୟମ ଚାଲି ପାରିବ ନାହିଁ। ଏହାପରେ ଲାଗାତାର ରାଜନୈତିକ ପ୍ରତିକ୍ରିୟା ଆସିବାରେ ଲାଗିଛି।
ଏହି କ୍ରମରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ୟୁସିସିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଅଗ୍ନିକୁ ସାକ୍ଷି ରଖି ସାତ ଫେରା ନେବା କ’ଣ ୟୁନିଫର୍ମ ସିଭିଲ କୋର୍ଡରେ ଆସିବ। ସାତ ଫେରା ନେବା ଓ ଅଗ୍ନିଙ୍କ ଆଶିର୍ବାଦ ପ୍ରାପ୍ତ କରିବାରେ ଆପଣ ବିବାହିତ ହୋଇଯାଆନ୍ତି। ପୁଣି ଏହି ଆଇନରେ ବି ପରିବର୍ତ୍ତନ କରିବାକୁ ପଡିବ।
କଂଗ୍ରେସ ନେତା ନିଜ ମତ ରଖି କହିଛନ୍ତି, ଉତ୍ତେଜନା କରିବା ଭୁଲ ଏବଂ ଉତ୍ତେଜିତ ହେବା ମଧ୍ୟ ଭୁଲ। ଏପରିକି ଯେଉଁମାନେ ଇସଲାମ ସହ ଜଡିତ ନୁହଁନ୍ତି ସେମାନେ ମଧ୍ୟ ଏହି ନିୟମକୁ ବିରୋଧ କରିବେ। ଏହା ବିଶ୍ୱାସ କରାଯିବା ଉଚିତ ନୁହେଁ ଯେ ଏହି ତୀରଟି ଆମ ଉପରକୁ ଚଳାଯାଇଛି।

Share