ସଲମାନ୍ ଖାନ୍ ଇତିମଧ୍ୟରେ ୫୪ ବର୍ଷର ହୋଇଯାଇଥିଲେ ମଧ୍ୟ ନିଜ ବିବାହକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସମଗ୍ର ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି। ସମସ୍ତେ ତାଙ୍କ ବିବାହକୁ ନେଇ ଉତ୍ସାହିତ ଅଛନ୍ତି। ତେବେ ୨୧ ବର୍ଷ ପୂର୍ବେ ସଲମାନ ବିବାହ କରିବାକୁ ପ୍ରସ୍ତୁତ ଥିଲେ। ତାଙ୍କର ବିବାହ କାର୍ଟ ମଧ୍ୟ ଛପା ସରିଥିଲା। ଘରେ ବିବାହ ପାଇଁ ସବୁ ପ୍ରସ୍ତୁତି ସରିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ବିବାହ କରିବାକୁ ମନା କରିଦେଇଥିଲେ। ସେ ବିବାହ କରିବାକୁ ଯାଉଥିବା ଅଭିନେତ୍ରୀ ହେଉଛନ୍ତି ସଙ୍ଗୀତା ବିଜଲାନି। ତେବେ ସେ କାହିଁକି ବିବାହ କରିବାକୁ ମନା କରିଥିଲେ ସେ ନେଇ କେବେହେଲେ ମୁହଁ ଖୋଲି ନାହାନ୍ତି।
Posted inମନୋରଞ୍ଜନ