ଦିଲ୍‌ ଦେଲେ ସଲମାନ

ମୁମ୍ବାଇ: ଆଜିକାଲି ସଲମାନ ଖାନ ତାଙ୍କର ମଚ ଆଓ୍ବେଟେଡ ମୁଭି ‘ଟାଇଗର ୩’ ପାଇଁ ଚର୍ଚ୍ଚାରେ ଅଛନ୍ତି। ମୁଭିର ଟ୍ରେଲର ରିଲିଜ ହେବା ପରଠାରୁ ପ୍ରଶଂସକଙ୍କ ଏକ୍ସାଇଟମେଣ୍ଟ ଲେଭଲ ଦ୍ୱିଗୁଣିତ ହୋଇଛି। ନିକଟରେ ଫିଲ୍ମର ପ୍ରଥମ ଗୀତ ’ଲେ କେ ପ୍ରଭୁ କା ନାମ’ର ଟିଜର ମୁକ୍ତିଲାଭ କରିଥିଲା, ଯାହାକୁ ଦର୍ଶକେ ବହୁତ ପସନ୍ଦ କରିଥିଲେ।

ବର୍ତ୍ତମାନ ସଲମାନ ଖାଁ ଏହି ଗୀତରୁ କ୍ୟାଟ୍ରିନା କୈଫଙ୍କ ଦୁଇଟି ଫଟୋ ଶେୟାର କରିଛନ୍ତି, ଯାହା ଇଣ୍ଟରନେଟରେ ଭାଇରାଲ ହେଉଛି ା ଏହି ଫଟୋ ଗୁଡିକ ଶେୟାର କରିବାବେଳେ ଭାଇଜାନ ଲେଖିଛନ୍ତି, ‘କ୍ୟାଟ, ତୁମନେ ତହଲକା ମଚା ରଖା ହୈ । ତୁମ ସହିତ ଡ୍ୟାନ୍ସ କରିବାକୁ ମୋତେ ସବୁବେଳେ ଭଲ ଲାଗେ। ଏହି ପାର୍ଟି ଟ୍ରାକ ସହିତ ଟାଇଗର ଏବଂ ଜୋୟାଙ୍କୁ ଭେଟନ୍ତୁ। ଲେକେ ପ୍ରଭୁ କା ନାମ… ୨୩ ଅକ୍ଟୋବରରେ ରିଲିଜ ହେବ। ୧୨ ନଭେମ୍ବରରେ ଥିଏଟରରେ ତୁମକୁ ଭେଟିବାକୁ ଟାଇଗର ଆସିବ।
ସଲମାନ ଖାଁଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଫଟୋ ଉପରେ କମେଣ୍ଟର ସୁଅ ଛୁଟିଛି। ଜଣେ ୟୁଜର ଲେଖିଛନ୍ତି ଯେ ‘ଭାଇଜାନ ଅଭିଭି କ୍ୟାଟ୍ରିନା ସେ ପ୍ୟାର କରତେ ହେ।’ କ୍ୟାଟ୍ରିନାଙ୍କ ଘାତକ ଲୁକକୁ ଅନେକ ଲୋକ ପ୍ରଶଂସା କରିଥିଲେ। ସଲମାନ ଖାଁଙ୍କ ସହ ପ୍ରଶଂସକମାନେ ମଧ୍ୟ କ୍ୟାଟ୍ରିନାଙ୍କ ଏହି କାତିଲାନା ଲୁକକୁ ନେଇ ଦି ଦେଇଛନ୍ତି। ଫିଲ୍ମର ପ୍ରଥମ ଗୀତ ‘ଲେ କେ ପ୍ରଭୁ କା ନାମ’ ଅକ୍ଟୋବର ୨୩ରେ ମୁକ୍ତିଲାଭ କରିବାକୁ ଯାଉଛି।
ପୁଣିଥରେ ବଡ଼ ପରଦାରେ ସଲମାନ ଖାଁ ଏବଂ କ୍ୟାଟ୍ରିନା କୈଫଙ୍କ ଯୋଡିଙ୍କୁ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଦିପାବଳୀର ସ୍ବତନ୍ତ୍ର ଉତ୍ସବରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି। ଏଥର ଇମ୍ରାନ ହାସମୀ ଭିଲେନ ଭୂମିକାରେ ନଜର ଆସିବେ।

Share