ସଲମାନଙ୍କୁ ଭେଟିଲେ ତାଙ୍କର କୁନି ପ୍ରଶଂସକ

ଇନ୍ଦୋର: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ମାନବିକତା ପାଇଁ। ଏମିତିକି ଅନେକ ସମୟରେ ସେ ତାଙ୍କ ପ୍ରଶଂସକଙ୍କୁ ସାକ୍ଷାତ କରି ମଧ୍ୟ ଆସି ଥାଆନ୍ତି ଚର୍ଚ୍ଚାକୁ। ଦେଶ ବିଦେଶରେ ରହିଛନ୍ତି ତାଙ୍କର ଅନେକ ପ୍ରଶଂସକ। ନିକଟରେ କିନ୍ତୁ ସଲମାନ ତାଙ୍କର ସବୁଠାରୁ କୁନି ପ୍ରଶଂସକଙ୍କ ସହ ଭେଟିଥିବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ ସଲମାନ ଯେତେବେଳେ ମଧ୍ୟ ପ୍ରଦେଶର ଇନ୍ଦୋରଠାରେ ଫିଲ୍ମ ‘ଦବଙ୍ଗ ୩’ର ଶୁଟି କରୁଥିଲେ ସେତେବେଳେ ଜଣେ ମହିଳା ପ୍ରଶଂସକ ତାଙ୍କୁ ଦେଖା କରିବାକୁ ଶୁଟିଂ ସେଟ୍‌ରେ ପହଞ୍ଚିଥିଲେ। ଆଉ ଏହି ମହିଳାଙ୍କ ସହ ଥିଲେ ତାଙ୍କର କୁନି ଝିଅ। ସଲମାନ ମହିଳାଙ୍କୁ ଦେଖା କରିବା ସମୟରେ କୁନି ଝିଅଟି ଆଶ୍ଚର୍ଯ୍ୟ ହୋଇ ସଲମାନଙ୍କୁ ଦେଖୁଥିଲା। ଭାଇଜାନ ମଧ୍ୟ ଉକ୍ତ ମହିଳା ଓ ତାଙ୍କ ଝିଅ ସହ ଫଟୋ ଉଠାଇଥିଲେ। ଏବେ ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଚର୍ଚ୍ଚା ହେଉଛି କି ସଲମାନ ତାଙ୍କର ସବୁଠାରୁ କୁନି ପ୍ରଶଂସକଙ୍କୁ ଭେଟିଛନ୍ତି।

Share